ଓଡିଶା

odisha

ETV Bharat / business

ଆମେରିକା ଭାଙ୍ଗିଦେଲା ଚାଇନା ମେରୁଦଣ୍ଡ , ପ୍ରଫିଟରେ ଭାରତ

କ୍ରମାଗତ ଭାବେ କମି ଚାଲିଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସ୍ତର । ଏଥିପାଇଁ ଚାଇନା ସରକାର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅକଳନକୁ ସାମାନ୍ୟ ହ୍ରାସ କରିଛନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ଭାରତ ଲାଭବାନ ହେବ ।

By

Published : Mar 5, 2019, 11:13 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆମେରିକା ସହ ଟକ୍କର ଚୀନକୁ ଭାରି ପଡିଛି । ବାଣିଜ୍ୟିକ ଯୁଦ୍ଧର ପ୍ରଭାବର ଚୀନ ଅର୍ଥ ବ୍ୟବସ୍ଥାକୁ ଟଳମଳ କରିଦେଇଛି । କ୍ରମାଗତ ଭାବେ କମି ଚାଲିଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସ୍ତର । ଏଥିପାଇଁ ଚାଇନା ସରକାର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅକଳନକୁ ସାମାନ୍ୟ ହ୍ରାସ କରିଛନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ଭାରତ ଲାଭବାନ ହେବ ।

ଗତ ଆର୍ଥିକ ବର୍ଷ ଚୀନର ବିକାଶ ଦର 6.6 ପ୍ରତିଶତ ରହିଥିଲ । ଯାହାକି ବିଗତ 3 ଦଶକର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଆଉ ଏବେ ଏହି ପ୍ରକ୍ରିୟାରେ ବ୍ରେକ କିମ୍ବା ବୃଦ୍ଧି ପରିବର୍ତ୍ତେ ଆହୁରି ତଳମୁହାଁ ହେବାକୁ ଲାଗିଛି । ଜିଡିପି ସ୍ତର 6 ରୁ6.5 ପ୍ରତିଶତ ମଧ୍ୟରେ ରହିବ ବୋଲି ଚାଇନା ଅର୍ଥନୀତିଜ୍ଞ ଓ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଆକଳନ କରାଯାଉଛି । ଏଥିସହ ଚୀନର ମହଙ୍ଗା ଦର (ମୁଦ୍ରାସ୍ପୀତି)କୁ 3 ପ୍ରତିଶତରେ ସ୍ଥିର ରଖିବା ସହ ସହରୀ ଇଲାକାରେ 1.1 କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ।

ମାନ୍ଦା ଓ ରୁଗଣ ଅର୍ଥନୀତିର ବଡ କାରଣ ହେଲା ଆମେରିକା ସହ ବାଣିଜ୍ୟିକ ଯୁଦ୍ଧ ଓ ରପ୍ତାନୀ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ । ଯାହା ଫଳରେ ଦେଶର ଅର୍ଥନୀତି କ୍ରମଶଃ ଦୁର୍ବଳ ହେବାକୁ ଲାଗିଛି ।

ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ ଲକ୍ଷ୍ୟରେ ସଂସଦରେ ଏକ ନୂଆ ନିବେଶ ଆଇନ ପାରିତ କରିବାକୁ ଚାଇନା କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଯାହାକି ବାଣିଜ୍ୟିକ ଯୁଦ୍ଧକୁ ସମାପ୍ତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଯଦି ଏପରି ହୁଏ , ତେବେ ବିଶ୍ବର ଦ୍ବିତୀୟ ବୃହତ୍ତ ଅର୍ଥନୈତିକ ରାଷ୍ଟ୍ରକୁ ମାତ ଦେଇ ଭାରତ ଆଗରେ ରହିବାର ଆଶା ଆଗକୁ ପୂରଣ ହେବା ସୁନିଶ୍ଚିତ ।

For All Latest Updates

ABOUT THE AUTHOR

...view details