ନୂଆଦିଲ୍ଲୀ:କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ହିତାଧିକାରୀଙ୍କୁ ବଡ ଉପହାର । ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ବୈଠକରେ ଗୁରୁବାର କେନ୍ଦ୍ର ସରକାର କର୍ମଚାରୀ ଓ ପେନସନ ହିତାଧିକାରୀଙ୍କ ପାଇଁ ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି ପ୍ରସ୍ତାବୁ ଦେଇଛନ୍ତି ମଞ୍ଜୁରୀ ।
କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଉପହାର, 3% ବଢିଲା ମହଙ୍ଗା ଭତ୍ତା - ମହଙ୍ଗା ଭତ୍ତା
ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ବୈଠକରେ ଗୁରୁବାର କେନ୍ଦ୍ର ସରକାର କର୍ମଚାରୀ ଓ ପେନସନ ହିତାଧିକାରୀଙ୍କ ପାଇଁ ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି ପ୍ରସ୍ତାବୁ ଦେଇଛନ୍ତି ମଞ୍ଜୁରୀ । ଅଧିକ ପଢନ୍ତୁ...
ବର୍ତ୍ତମାନ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ 31 ପ୍ରତିଶତ ହେବ । ଦେଶର 1 କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ହିତାଧିକାରୀଙ୍କୁ ମିଳିବ ଏହି ବୃଦ୍ଧିର ସିଧାସଳଖ ଲାଭ । ଚଳିତ ବର୍ଷ ଜୁଲାଇରେ ହିଁ ସରକାର ମହଙ୍ଗା ଭତ୍ତାରେ 11 ପ୍ରତିଶତ ବୃଦ୍ଧି କରି 28 ପ୍ରତିଶତ କରିଥିଲେ ।
ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ AICPI (All India Consumer Price Index)ର ଗତ 3 ମାସର ରିପୋର୍ଟ ଜାରି କରିଥିଲା ଶ୍ରମ ମନ୍ତ୍ରଣାଳୟ । ଏଥିରେ ଜୁନ, ଜୁଲାଇ ଓ ଅଗଷ୍ଟ ସାମିଲ ଥିଲା । ଅଗଷ୍ଟରେ 123 ଅଙ୍କ ଛୁଇଁଥିଲା AICPI ଇଣ୍ଡେକ୍ସ । ଏଥିରୁ ହିଁ ମହଙ୍ଗା ଭତ୍ତାରେ ସରକାର ବୃଦ୍ଧି କରିପାରନ୍ତି ବୋଲି ସଙ୍କେତ ମିଳୁଥିଲା । ଏହି ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନିର୍ଦ୍ଧାରିତ ହୋଇଥାଏ ।