ଓଡିଶା

odisha

ETV Bharat / business

ଦରକାର ପଡିଲେ ଗରିବ ଓ ଶ୍ରମିକଙ୍କ ହାତରେ ଟଙ୍କା ଦିଆଯିବ: ସୂତ୍ର - Cash handout to poor

କୋଭିଡ-19 ପ୍ରତିହିତ ପାଇଁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ କାମଧନ୍ଦା ମିଳୁନି । ଏହାର ପ୍ରଭାବରେ ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ଭୋଗିବାକୁ ପଡୁଛି । ତେବେ ସ୍ଥିତି ସେଭଳି ହେଲେ ସରକାର ସେମାନଙ୍କୁ ସିଧା ନଗଦ ହସ୍ତାନ୍ତରଣ କରିପାରନ୍ତି । ଅର୍ଥମନ୍ତ୍ରାଳୟ ସୂତ୍ରରୁ ଏନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

FinMin
ଦରକାର ପଡିଲେ ଗରିବ ଓ ଶ୍ରମିକଙ୍କ ହାତରେ ଟଙ୍କା ଦିଆଯିବ : ସୂତ୍ର

By

Published : May 29, 2020, 11:28 PM IST

ନୂଆଦିଲ୍ଲୀ: ଯଦି ସ୍ଥିତି ଆହୁରି ସଙ୍ଗୀନ ହୁଏ, ତେବେ ସରକାର ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ସିଧା ନଗଦ ହସ୍ତାନ୍ତରଣ କରିବା ପାଇଁ ବିଚାର କରିବେ । ଶୁକ୍ରବାର ଅର୍ଥମନ୍ତ୍ରାଣଳୟ ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି ।

କୋଭିଡ-19 ପ୍ରତିହିତ ପାଇଁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ କାମଧନ୍ଦା ମିଳୁନି । ପାଖରେ ଟଙ୍କା ନଥିବାରୁ ଶେଷରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଚାଲି ଚାଲି କିମ୍ବା ବିଭିନ୍ନ ମାଧ୍ୟମରେ ନିଜ ଘରକୁ ଫେରିଯାଇଛନ୍ତି । ଲକଡାଉନ ଯୋଗୁଁ ଏହି ଶ୍ରେଣୀର ଲୋକ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । କାରଣ ସେମାନଙ୍କ ଆୟର ଉତ୍ସ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇପଡିଛି ।

ସୂତ୍ରରୁ ଜଣାପଡିଛି କି, ଦେଶରେ ଲକଡାଉନ ଯୋଗୁଁ ରୋଜଗାର ହ୍ରାସ ଓ ଦରମା କାଟର ତଥ୍ୟ ଏକଜୁଟ ପାଇଁ ଅର୍ଥମନ୍ତ୍ରାଳୟ ଶ୍ରମ ମନ୍ତ୍ରାଳୟକୁ କହିଛି ।

ଅଧିକ ନୋଟ ଛାପି ରାଜକୋଷୀୟ ଘାଟାର ମୁଦ୍ରୀକରଣ ନେଇ ପଚାରିବାକୁ ଅଧିକାରୀ କହିଛନ୍ତି ଯେ, ‘‘ଯେବେ ଆମେ ସେହି ସ୍ଥିତିରେ ପହଞ୍ଚିବୁ ସେହି ସମୟରେ ଏ ନେଇ ବିଚାର କରାଯିବ । ତେବେ ଏବେ ଆମେ ସେହି ସ୍ଥିତିରେ ନାହୁଁ ।’’

ସେହିଭଳି ଭାରତରେ ଚୀନ ନିବେଶ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ପଚାରିବାରୁ ସେ କହିଛନ୍ତି କି, ବିଦେଶୀ ପୋର୍ଟଫୋଲିଓ ନିବେଶ ମାର୍ଗ ଜରିଆରେ ଚୀନକୁ ପ୍ରତିବନ୍ଧିତ କରିବା ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

@ଆଇଏଏନଏସ

ABOUT THE AUTHOR

...view details