ଓଡିଶା

odisha

ETV Bharat / business

ଟ୍ୱିଟରରେ ଟ୍ରେଣ୍ଡ କରୁଛି #ବୟକଟଚାଇନା - Masood Azhar

ଭାରତର ବଡ ଶତ୍ରୁକୁ ବାରମ୍ବାର ବଞ୍ଚାଉଥିବାରୁ ଏବେ ଚୀନକୁ ବାଣିଜ୍ୟ କ୍ଷେତ୍ରରେ ବୟକଟ କରିବାକୁ ଟ୍ୱିଟରରେ ଟ୍ରେଣ୍ଡ ଚାଲିଛି ।

ଡିଜାଇନ ଫଟୋ

By

Published : Mar 14, 2019, 1:46 PM IST

ନୂଆଦିଲ୍ଲୀ: ମାସୁଦ ଆଝାର ପ୍ରୀତି ଯୋଗୁଁ ହରଡଘଣାରେ ଚୀନ । ବିଶ୍ବସ୍ତରରେ ଶୁଣିବାକୁ ପଡୁଛି ନିନ୍ଦା । ସବୁ ମାହୋଲରେ କରାଯାଉଛି ତୀବ୍ର ସମାଲୋଚନା । ଭାରତର ବଡ ଶତ୍ରୁକୁ ବାରମ୍ବାର ବଞ୍ଚାଉଥିବାରୁ ଏବେ ଚୀନକୁ ବାଣିଜ୍ୟ କ୍ଷେତ୍ରରେ ବୟକଟ କରିବାକୁ ଟ୍ୱିଟରରେ ଟ୍ରେଣ୍ଡ ଚାଲିଛି ।

ଫଟୋ ସୌଜନ୍ୟ-ଟ୍ବିଟର@boycottchina

ଗୋଟିଏ କି 2 ଥର ନୁହେଁ 4 ଥର ଧରି ଚୀନ ମାସୁଦ ଆଝାରକୁ ସୁରକ୍ଷା ଦେଇଆସୁଛି । ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ନିଜ ଭିଟୋ କ୍ଷମତା ବଳରେ ବ୍ରେକ ମାରିଛି ଚାଇନା ।

ଏଥିରେ ଉତ୍ୟକ୍ତ ହୋଇପଡିଛନ୍ତି ଭାରତବାସୀ । ପାକିସ୍ତାନ ଭଳି ଚାଇନା ସହ ମଧ୍ୟ ସମସ୍ତ ବାଣିଜ୍ୟିକ ସମ୍ପର୍କ ତୁଟାଇବାକୁ ଟ୍ୱିଟରରେ କରୁଛନ୍ତି ନିବେଦନ ।


ପ୍ରକାଶ ଥାଉ ଯେ, ଭାରତରେ ଅଧିକ ମାତ୍ରାରେ ଚାଇନା ନିର୍ମିତ ବିଭିନ୍ନ ଉପକରଣର ବ୍ୟବହାର ହୋଇଥାଏ । ଭାରତ ବାର୍ଷିକ 76380 ମିଲିୟନ ଡଲାରର ଜିନିଷ ଚୀନରୁ ଆମଦାନୀ କରିଥାଏ । ଯାହାକି ଭାରତର ମୋଟ ଦରଦାମର 16 ପ୍ରତିଶତ । ଏତେ ପରେ ବି ଟ୍ୱିଟରରେ ଚୀନ ସାମଗ୍ରୀକୁ ବୟକଟ କରିବାକୁ ଟ୍ରେଣ୍ଡ ଚାଲିଛି ।

ଚାଇନା ସାମଗ୍ରୀ କିଣିବା ଅର୍ଥ ପାକିସ୍ତାନ ସହ ସମ୍ପର୍କ ରଖିବା ସହ ସମାନ ବୋଲି ଟ୍ୱିଟ କରି କୁହାଯାଉଛି ।

For All Latest Updates

ABOUT THE AUTHOR

...view details