ଓଡିଶା

odisha

ETV Bharat / business

କୋଟିପତିରୁ ହେବେ କଏଦୀ !

2006ରେ ଦେଶର ତୃତୀୟ ସର୍ବଶ୍ରେଷ୍ଠ ଧନୀ ଅନୀଲ 2019ରେ କୋର୍ଟର କାଠଗଡାରେ । ତାଙ୍କ ସମ୍ପତ୍ତି 14.8 ବିଲିୟନ ଡଲାରରୁ ହ୍ରାସ ପାଇ 260 କୋଟି ଡଲାରରେ ପହଞ୍ଚିଛି । ବିରାଟ ପାର୍ଥକ୍ୟ ସହ ଆଜି ଅନୀଲ ଦେବାଳିଆ ପରିସ୍ଥିତିରେ ।

By

Published : Feb 23, 2019, 3:05 PM IST

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଋଣ ବୋଝରେ ଅଣନିଶ୍ବାସୀ ଶିଳ୍ପପତି ଅନୀଲ ଅମ୍ବାନୀ । କୋଟିପତିରୁ କଏଦୀ ହେବା ସ୍ଥିତିରେ ଅନୀଲ । 4 ସପ୍ତାହ ମଧ୍ୟରେ ଏରିକ୍ସନକୁ 453 କୋଟି ଟଙ୍କା ନଦେଲେ ଯିବାକୁ ପଡିବ ଜେଲ । ଏପେଟ ଆକାଉଣ୍ଟରେ ପଡିଛି ମାତ୍ର 260 କୋଟି ଟଙ୍କା । ପୁଣି ଋଣ ଦେବାକୁ ନାରାଜ ବ୍ୟାଙ୍କ । ଭାଇ ମୁକେଶ ବି ଛାଡିଦେଲେ ହାତ । କରିବେ କଣ ? ଚାରିଆଡୁ ବେସାହାରା ରିଲାନ୍ସ ଅଧ୍ୟକ୍ଷ ।

2006ରେ ଦେଶର ତୃତୀୟ ସର୍ବଶ୍ରେଷ୍ଠ ଧନୀ ଅନୀଲ 2019ରେ କୋର୍ଟର କାଠଗଡାରେ । ତାଙ୍କ ସମ୍ପତ୍ତି 14.8 ବିଲିୟନ ଡଲାରରୁ ହ୍ରାସ ପାଇ 260 କୋଟି ଡଲାରରେ ପହଞ୍ଚିଛି । ବିରାଟ ପାର୍ଥକ୍ୟ ସହ ଆଜି ଅନୀଲ ଦେବାଳିଆ ପରିସ୍ଥିତିରେ ।

ଋଣ ଚାପରେ ପାଖାପାଖୀ 2900 କୋଟିର ସମ୍ପତ୍ତି ହରାଇସାରିଲେଣି ସେ । ହେଲେ ବି ସୁଝିପାରୁନାହାନ୍ତି ବକେୟା ଟଙ୍କା । ଶେଷରେ କୋର୍ଟ କାଠଗଡାରେ ବିନା ଏସିରେ ଝାଳ ବି ବୁହାଇଦେଲେ । କିନ୍ତୁ ଫଳ ଆସିଲା ଜେଲ ଦଣ୍ଡ । ଟଙ୍କା ଏକଜୁଟ କରି ନ ପାରିଲେ ଯିବାକୁ ହେବ ଜେଲ । ଏ ନେଇ ବୁଧବାର ରୋକଠୋକ ଶୁଣାଇଦେଲେ ସୁପ୍ରିମକୋର୍ଟ ।

ଏ ନେଇ ଆରକମ ପ୍ରବକ୍ତା ଭରୋଷା ରଖିଛନ୍ତି ଯେ, ଏରିକ୍ସନକୁ ଦେବାକୁ ଥିବା ଟଙ୍କାର ଅଧା ଭାଗ ଶୀଘ୍ର କମ୍ପାନୀ ଏକତ୍ରିତ କରି ସୁଝିବ ।

For All Latest Updates

ABOUT THE AUTHOR

...view details