ନୂଆଦିଲ୍ଲୀ: ସ୍ଥିତି ଦୟନୀୟ । ନିଯୁକ୍ତି ନାହିଁ । ପକେଟ ଖାଲି । ଉପରେ ପୁଣି ଦିନକୁ ଦିନ ଦରଦାମ ବଢିବାରେ ଲାଗିଛି । ଫଳରେ ଘର ଚଳାଇବା କଷ୍ଟକର ହୋଇପଡିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ପ୍ରାୟ 66 ପ୍ରତିଶତ ଲୋକ ସେମାନଙ୍କ ଘର ଖର୍ଚ୍ଚ ଉଠାଇବାକୁ ସାମର୍ଥ୍ୟ ନୁହଁନ୍ତି । ମହଙ୍ଗା ମାଡ ଭିତରେ ଲଦି ହୋଇପଡିଥିବା ଧୀମା ଅର୍ଥବ୍ୟବସ୍ଥା ଉପରେ କରାଯଇଥିବା ସର୍ଭେରୁ ଏହି ଖୁଲାସା ହୋଇଛି ।
ଲୋକଙ୍କ କହିବା ଅନୁଯାୟୀ, ଦରମା ଯେତିକି ଥିଲା ସେତିକି ରହିଛି । ଅଥବା ମହଙ୍ଗା ମାଡ ଅତିଷ୍ଠ କରିଦେଇଛି । ଯାହାର ପ୍ରଭାବ ସେମାନଙ୍କ ଖର୍ଚ୍ଚ ଉପରେ ପଡିଛି । ଆଇଏଏନଏସ-ସି ଭୋଟର ସର୍ବେକ୍ଷଣ ଅନୁସାରେ, ମୋଟ 65.8% ଲୋକଙ୍କ କହିବା ଅନୁଯାୟୀ ଦୈନିନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇଛି ।