ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରୁ କୃଷି କ୍ଷେତ୍ରକୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି କିସାନ କ୍ରେଡିଟ କାର୍ଡ (କେସିସି) | ଏହା ମାଧ୍ୟମରେ କୃଷକମାନଙ୍କୁ ରିହାତି ଋଣ ଯୋଗାଇବା ପାଇଁ ବର୍ତ୍ତମାନ ଏକ ସ୍ବତନ୍ତ୍ର ପରିପୂର୍ଣ୍ଣତା ଯୋଜନାର ଆରମ୍ଭ ହୋଇଛି | 2020 ଅଗଷ୍ଟ 17ସୁଦ୍ଧା 1.22 କୋଟି କିସାନ କ୍ରେଡିଟ କାର୍ଡ ଜରିଆରେ 1,02,065 କୋଟି ଟଙ୍କା ଋଣ ସୀମା ସହିତ ଅନୁମୋଦନ ପ୍ରଦାନ କରାଯାଇଛି ।
1 ଲକ୍ଷ କୋଟିରୁ ଅଧିକ ଋଣ ସୀମା ସହ କିସାନ କ୍ରେଡିଟ କାର୍ଡ ଅନୁମୋଦିତ - କିସାନ କ୍ରେଡିଟ କାର୍ଡ
2020 ଅଗଷ୍ଟ 17ସୁଦ୍ଧା 1.22 କୋଟି କିସାନ କ୍ରେଡିଟ କାର୍ଡ ଜରିଆରେ 1,02,065 କୋଟି ଟଙ୍କା ଋଣ ସୀମା ସହିତ ଅନୁମୋଦନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଏବଂ କୃଷି କ୍ଷେତ୍ରରେ ବିକାଶର ଗତିକୁ ତ୍ବରାନ୍ବିତକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିସାନ କ୍ରେଡିଟ କାର୍ଡ ଏବଂ ମନରେଗା ଅନ୍ତର୍ଗତ ସମସ୍ତ ଶ୍ରମିକଙ୍କୁ ସମାନ ମଜୁରୀ ଦେବାର ବ୍ୟବସ୍ଥା ପ୍ରସ୍ତୁତ କରିବା ବିଷୟରେ ମଧ୍ୟ କହିଥିଲେ।
ସରକାର କୃଷକମାନଙ୍କୁ ସାହାୟାତା ଯୋଗାଇବା ପାଇଁ 25 ଲକ୍ଷ ନୂତନ କିସାନ କ୍ରେଡିଟ୍ କାର୍ଡ ଅନୁମୋଦନ କରିଥିଲେ। କିସାନ କ୍ରେଡିଟ କାର୍ଡ ମାଧ୍ୟମରେ 2.5 କୋଟି ଚାଷୀଙ୍କୁ ସହାୟତା କରାଯିବ ବୋଲି ସେ କୁହାଯାଇଥିଲା। ମତ୍ସ୍ୟଜୀବୀ ଏବଂ ପଶୁପାଳକମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ସେମାନଙ୍କୁ ମୋଟ 2 ଲକ୍ଷ କୋଟି ଟଙ୍କା ମିଳିବ।