ହାଇଦ୍ରାବାଦ: ଅନ୍ୟ ପଶ୍ଚମୀ ଦେଶ ବିପରୀତ, ଭାରତ ଲକଡାଉନ ଜାରି କରି ଲକ୍ଷାଧିକ ଲୋକଙ୍କ ଜୀବନକୁ ବଞ୍ଚାଇଛି । ଯାହା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସଫଳତା ଆଣିଛି । ତେବେ ତାଲାବନ୍ଦ ଯୋଗୁଁ ଆର୍ଥିକ ଗତିବିଧି ଠପ ହୋଯାଇଛି । ବ୍ୟବସାୟ ବନ୍ଦ ରହିଛି । କମ୍ପାନୀରେ ତାଲା ଝୁଲୁଛି । ରୋଜଗାର ନାହିଁ । ଆଉ ଶେଷରେ ଏହାର ପ୍ରଭାବ ବ୍ୟାଙ୍କିଙ୍ଗ ସେକ୍ଟର ଓ ଆର୍ଥିକ ପ୍ରଣାଳୀଙ୍କୁ କ୍ଷତିଗ୍ରସ୍ଥ କରିଛି ।
ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରକୁ ଆଶ୍ବସନା ଦେଇ ଅର୍ଥବ୍ୟବସ୍ଥାକୁ ଲିକ୍ୟୁଡିଟି ସଙ୍କଟରୁ ବଞ୍ଚାଇବା ପାଇଁ ବହୁ ଉପାୟର ଘୋଷଣା କରିଛି । ଏଥିମଧ୍ୟରେ ସଦ୍ୟ ଘୋଷଣା ସଙ୍କଟଗ୍ରସ୍ଥ ମୁଚ୍ୟୁଆଲ ଫଣ୍ଡ ପାଇଁ ରହିଛି । ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ବିଡିଟି ସହାୟତା ପ୍ରଦାନ କରାଯାଇଛି । ମ୍ୟୁଚୁଆଲ୍ ଫଣ୍ଡ ଇଣ୍ଡଷ୍ଟ୍ରୀ ପାଇଁ ଯଥେଷ୍ଟ ତରଳତା ଅଛି ବୋଲି ସୁନିଶ୍ଚିତ କରିବା ପାଇଁ, ଯାହାର ଏସେଟସ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ) ପାଖାପାଖି 15 ଲକ୍ଷ କୋଟି ଟଙ୍କା ଅଛି ।
ଏହି ସୁବିଧା ହେଉଛି 90 ଦିନିଆ ରେପୋ-ଆଧାରିତ ଉଧାର ୱିଣ୍ଡୋ, ଯେଉଁଠି ବ୍ୟାଙ୍କଗୁଡିକ କ୍ରେଡିଟ ହାସଲ କରିପାରିବେ ଏବଂ ପରେ ମ୍ୟୁଚୁଆଲ ଫଣ୍ଡକୁ ଋଣ ପ୍ରଦାନ କରିପାରିବେ । ଫ୍ରାଙ୍କଲିନ ଟେମ୍ପଲେଟନ ମ୍ୟୁଚୁଆଲ ଫଣ୍ଡ ଏହାର 6ଟି ବଣ୍ଡ ଯୋଜନା ବନ୍ଦ କରିବାର କିଛି ଦିନ ପରେ ଆରବିଆଇ ଏହି ଘୋଷଣା କରିଥିଲା ।
ବ୍ୟବସ୍ଥାରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି
ତେବେ ପ୍ରଶ୍ନ ଉଠିଛି କି, ଆରବିଆଇର ଏହି ନୀତିଗତ ଉପାୟର ଲାଭ କିଭଳି ଭାବେ ତୃଣମୂଳ ସ୍ତରରେ ମ୍ୟୁଚୁଆଲ ଫଣ୍ଡକୁ ପ୍ରଭାବିତ କକରିବ । 2020 ମେ 2ରେ ଆରବିଆଇର ସଦ୍ୟ ସମୀକ୍ଷା ବୈଠରେ ମଧ୍ୟ ଏ ନେଇ ଚର୍ଚ୍ଚା କରାଯାଇଥିଲା । ଲମ୍ବା ଅବଧିର ରେପୋ ପରିଚାଳନା ଦ୍ୱିତୀୟ ରାଉଣ୍ଡ ସହିତ ଆରବିଆଇର ସମ୍ପ୍ରତି ଅଭିଜ୍ଞତା TLTRO 2.0 ଭାବରେ ଆର୍ଥିକ ସର୍କଲରେ ରିପୋର୍ଟ କରାଯାଇଛି । ଏହି ସୁବିଧା ଅନୁଯାୟୀ ବାଣିଜ୍ୟିକ ବ୍ୟାଙ୍କ କେନ୍ଦ୍ର ବ୍ୟାଙ୍କୁରୁ 4.4 ପ୍ରତିଶତ(ରେପୋ ଦର)ରେ ଋଣ ନେଇପାରିବେ । ଏଥିସହ ତାଙ୍କୁ ଉଚ୍ଚ ମାର୍ଜିନରେ ଋଣ ଦେଇପାରିବେ ।
ନଗତ ଚାପରେ ରହିଥିବା କ୍ଷେତ୍ରକୁ ଲିକ୍ୟୁଡିଟି ପ୍ରଭାବ ସୁନିଶ୍ଚିତ ପାଇଁ ଆରବିଆଇ ବ୍ୟାଙ୍କଗୁଡିକୁ TLTRO 2.0 ଅଧୀନରେ ପାଣ୍ଠି ବ୍ୟବହାର କରିବାକୁ ବାଧ୍ୟ କରିଛି । ଯେଉଁ ଟଙ୍କା ମିଳିବ ସେଥିରୁ ଅଧା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ ଓ ମାଇକ୍ରୋ ଫାଇନାନ୍ସ ଇନ୍ସୁରାନ୍ସକୁ ଋଣ ଦିଆଯିବ । କିନ୍ତୁ ବିପଦରେ ରହିଥିବା ଭାରତୀୟ ବ୍ୟାଙ୍କ ନିଲାମ ନେଇ କମ ଆଗ୍ରହ ଦେଖାଇଛନ୍ତି । ଫଳସ୍ୱରୂପ, 25,000 କୋଟି ପାଣ୍ଠିର ଅଫର ବିରୁଦ୍ଧରେ କେବଳ 12850 କୋଟି ଟଙ୍କା ବିଡ ପ୍ରାପ୍ତ ହୋଇଛି ।