ଓଡିଶା

odisha

By

Published : May 17, 2020, 8:14 PM IST

ETV Bharat / business

ଆର୍ଥିକ ପ୍ୟାକେଜରେ ନିରାଶ ସଙ୍କଟଗ୍ରସ୍ତ ଟେଲିକମ ଉଦ୍ୟୋଗ

ଲକଡାଉନ ମଧ୍ୟରେ ଉପଭୋକ୍ତାଙ୍କ ଡାଟା ଓ ଟାରିଫ ପ୍ଲାନ ବଢାଇବା ପାଇଁ ଦିନରାତି କାମ କରିଥିବା ଦୁରସଞ୍ଚାର ସେକ୍ଟର ପାଇଁ ପ୍ୟାକେଜରେ କୌଣସି ରିଲିଫ ଘୋଷଣା ହୋଇନାହି । ଏଥିପାଇଁ ଆମେ ନିରାଶ ବୋଲି ଜଣାଇଛି ଦୂରସଞ୍ଚାର ବିଭାଗ ।

telecom industry disappointed due to lack of relief in economic package
ଆର୍ଥିକ ପ୍ୟାକେଜରେ ନିରାଶ ସଙ୍କଟଗ୍ରସ୍ଥ ଟେଲିକମ ଉଦ୍ୟୋଗ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ ସଙ୍କଟଗ୍ରସ୍ଥ ଟେଲିକମ ଉଦ୍ୟୋଗକୁ କିଛି ରିଲିଫ ମିଳିଲାନି । ଏ ନେଇ ନିରାଶ ପ୍ରକାଶ କରିଛି ଅପେରଟର ଆସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ) ।

କରୋନା ଭାଇରସ ମହାମାରୀ ମଧ୍ୟରେ ଲାଇସେନ୍ସ ଫି ଏବଂ ଅନ୍ୟାନ୍ୟ ଶୁଳ୍କ ହ୍ରାସ କରିବାକୁ ଟେଲିକମ ସେକ୍ଟର ଆଶା କରିଥିଲା। ତେବେ ରବିବାର ଅର୍ଥମନ୍ତ୍ରୀ ପଞ୍ଚମ କିସ୍ତି ସହ 20 ଲକ୍ଷ କୋଟିର ସମ୍ପୁର୍ଣ୍ଣ ପ୍ୟାକେଜର ଆବଣ୍ଟନ କରିଛନ୍ତି । ହେଲେ ଏଥିରେ ଟେଲିକମ ସେକ୍ଟର ପାଇଁ କୌଣସି ଖାସ ଘୋଷଣା ହୋଇନଥିବା ନେଇ ଅଭିଯୋଗ ହୋଇଛି ।

ଏ ନେଇ ସିଓଏଆଇର ମହାନିର୍ଦ୍ଦେଶକ ରାଜନ ମୈଥ୍ୟୁଜ କହିଛନ୍ତି ଯେ, ‘‘ଏବେ ଆମେ ଏହି ଘୋଷଣାର ପୂରା ଲିଷ୍ଟ ଦେଖିନୁ । ହେଲେ ଆମେ ନିରାଶ କି ଲକଡାଉନ ମଧ୍ୟରେ ଉପଭୋକ୍ତାଙ୍କ ଡାଟା ଓ ଟାରିଫ ପ୍ଲାନ ବଢାଇବା ପାଇଁ ଦିନରାତି କାମ କରିଥିବା ଦୂରସଞ୍ଚାର ସେକ୍ଟର ପାଇଁ ପ୍ୟାକେଜରେ କୌଣସି ରିଲିଫ ଘୋଷଣା ହୋଇନାହିଁ ।’’

ଏହି ଉଦ୍ୟୋଗର ମହତ୍ବ ତଥା ଆଗକୁ ନେଟୱର୍କରେ ନିବେଶ ପାଇଁ ଆବଶ୍ୟକତାକୁ ଦେଖି କିଛି ରିଲିଫ ପାଇଁ ଆଶା ରହିଛି ବୋଲି ରାଜନ କହିଛନ୍ତି ।

ସେହିଭଳି ଗ୍ରାମୀଣ ନେଟୱର୍କକୁ ସୁଦୃଢ ଓ ୱାର୍କ ଫ୍ରମ ହୋମ ଭଳି ପଦକ୍ଷେପକୁ ପ୍ରୋତ୍ସାହନ ପାଇଁ ଆର୍ଥିକ ସହଯୋଗ ଲୋଡା । ଏଥିପାଇଁ ଲାଇସେନ୍ସ ଶୁଳ୍କ, ସ୍ପେକ୍ଟ୍ରମ ପ୍ରୟୋଗ ଶୁଳ୍କରେ ହ୍ରାସ ଚାହୁଁଛୁ ବୋଲି ରାଜନ ସରକାରଙ୍କୁ ଜଣେଇଛନ୍ତି ।

ପିଟିଆଇ

ABOUT THE AUTHOR

...view details