ଓଡିଶା

odisha

By

Published : Jun 29, 2021, 7:31 PM IST

ETV Bharat / business

ଆଲର୍ଟ SBI ଗ୍ରାହକ ! 4 ଥରରୁ ଅଧିକ ଟ୍ରାଞ୍ଜାକ୍ସନ ହେଲେ...

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ବଡ ଖବର । ଟଙ୍କା ଉଠାଣ ପୂର୍ବରୁ ଜାଣିନିଅନ୍ତୁ ଏହି ନୂଆ ନିୟମ । ନଚେତ ...

ବଦଳିଲା ଟଙ୍କା ଉଠାଣ ନିୟମ
ବଦଳିଲା ଟଙ୍କା ଉଠାଣ ନିୟମ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ବଡ ଖବର । ଟଙ୍କା ଉଠାଣ ପୂର୍ବରୁ ଜାଣିନିଅନ୍ତୁ ଏହି ନୂଆ ନିୟମ । ନଚେତ ଭୋଗିବାକୁ ପଡିପାରେ ବଡ ସମସ୍ୟା ।

ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛି ବ୍ୟାଙ୍କ । ଏଣିକି ଏସବିଆଇ ତାର ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ (BSBD) ଖାତାଧାରୀଙ୍କୁ ଗୋଟିଏ ମାସରେ କେବଳ 4 ଟି ମାଗଣା ଉଠାଣ ଉଠାଣ ସୁବିଧା ଦେବ । ଯଦି 4 ଥରରୁ ଅଧିକ ଥର ଟଙ୍କା ଉଠାଉଛନ୍ତି ତେବେ ତା ଉପରେ ଲାଗିବ ଚାର୍ଜ । ବ୍ୟାଙ୍କ ଏହି ଗ୍ରାହକଙ୍କୁ 1 ବର୍ଷ ମଧ୍ୟରେ 10 ପୃଷ୍ଠାର ଚେକବୁକ ଦେବ । ଏହା ପରେ ଚେକବୁକ ନେବା ଉପରେ ବି ଶୁଳ୍କ ନିଆଯିବ । ନୂଆ ନିୟମ ଜୁଲାଇରୁ ଲାଗୁ ହେବ ।

ସେହିଭଳି ଅତିରିକ୍ତ ଭେଲ୍ୟୁ ଆଡେଡ ସେବା ଉପରେ ବି ଶୁଳ୍କ ଲାଗିବ । BSBD ଖାତା ପାଇଁ ସେବା ଶୁଳ୍କରେ ସଂଶୋଧନ ଅନୁସାରେ ଏସବିଆଇ 2021 ଜୁଲାଇ 1 ରୁ ‘ ଅତିରିକ୍ତ ମୂଲ୍ୟ ଯୋଗ ସେବା’(additional Value added services) ପାଇଁ 15 ରୁ 75 ଟଙ୍କା ଯାଏଁ ଶୁଳ୍କ ନେବ ।

BSBD ଖାତାଧାରୀଙ୍କ ପାଇଁ ଅଣ ଆର୍ଥିକ ନେଣଦେଣ ଓ ହସ୍ତାନ୍ତରଣ ନେଣଦେଣ ଶାଖା, ଏଟିଏମ , ସିଡିଏମ ( ନଗଦ ବିତରଣ ମେସିନ) ଉପରେ ମାଗଣା ରହିବ । ଏସବିଆଇ କହିଛି କି, ‘‘ଏହା ବ୍ୟାଙ୍କ ଶାଖା , ଏସବିଆଇ ଏଟିଏମ କିମ୍ବା ଅନ୍ୟ ବ୍ୟାଙ୍କ ଏଟିଏମରୁ 4 ମାଗଣା ନଗଦ ଉଠାଣରୁ ଅଧିକ ନେଣଦେଣ ପାଇଁ ପ୍ରତି ନଗଦ ଉଠାଣ ଉପରେ 15 ଟଙ୍କା ଶୁଳ୍କ ନେବ । ଆଉ ଏହା ଉପରେ ଅତିରିକ୍ତ ଜିଏସଟି ଲାଗିବ ।

ଏଭଳି ଭାବେ ଚେକ ବୁକ ସେବା ପାଇଁ ଗୋଟିଏ ଆର୍ଥିକ ବର୍ଷରେ ପ୍ରଥମେ 10 ଚେକ ନିଃଶୁଳ୍କ ରହିବ । ଏହା ପରେ ଚେକବୁକର 10 ପୃଷ୍ଠା ଉପରେ 40 ଟଙ୍କା ଓ 25 ପୃଷ୍ଠା ଉପରେ 75 ଟଙ୍କାର ଶୁଳ୍କ ନିଆଯିବ । ଆଉ ଏହା ଉପରେ ପୁଣି ଜିଏସଟି ବି ଲାଗିବ ।

ତେବେ ଏସବିଆଇ କହିଛି କି ବରିଷ୍ଠ ନାଗରିକ ଗ୍ରାହକଙ୍କ ଚେକ ବୁକ ସେବା ଉପରେ କୌଣସି ଚାର୍ଜ ଲାଗିବ ନାହିଁ ।

ABOUT THE AUTHOR

...view details