ନୂଆଦିଲ୍ଲୀ: କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ନୂଆ ପଞ୍ଜିକରଣ ଅଧିନନରେ 11 ଲକ୍ଷରୁ ଅଧିକ ଉଦ୍ୟୋଗୀ ନିଜକୁ ପଞ୍ଜିକୃତ କରିଛନ୍ତି । ଜୁଲାଇ ପହିଲାରୁ ‘ ଉଦ୍ୟମ ପଞ୍ଜିକରଣ’ (Udyam Registration) ନାଁରେ ଏହା ଲାଗୁ ହୋଇଥିଲା ।
ଜୁଲାଇନରେ ଆରମ୍ଭ କରାଯାଇଥିବା ନୂଆ ପ୍ରକ୍ରିୟା ଏମଏସଏମଇ ପାଇଁ ପଞ୍ଜିକରଣର ଅନଲାଇନ ପ୍ରଣାଳୀ ପ୍ରଦାନ କରିଥାଏ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ମେ ମାସରେ ଘୋଷିତ ଏମଏସଏମଇର ସଂଶୋଧିକ ପରିଭାଷା ପରେ କରାଯାଇଛି । ଯାହାକି କୋଭିଡ-19 ପ୍ରକୋପ ମଧ୍ୟରେ ଉଦ୍ୟୋଗ ପାଇଁ ଘୋଷିତ ରିଲିଫ ପ୍ୟାକେଜର ଏକ ଅଂଶ ।
ତେବେ ପରିବର୍ତ୍ତନ ଅଧିନରେ ଏମଏସଏମଇ ମନ୍ତ୍ରାଳୟ ଏମଏସଏମଇ/ ଉଦ୍ୟମ ପଞ୍ଜିକରଣ ପାଇଁ ଏକ ନୂଆ ପୋର୍ଟାଲ ବି ଲଞ୍ଚ କରିଛି । ପୋର୍ଟାଲକୁ ସିବିଡିଟି ଓ ଜିଏସଟି ନେଟୱର୍କ ସହ ଜିଇଏମ ସହ ମଧ୍ୟ ସମାନ ଭାବେ ଏକୀକୃତ କରାଯାଇଛି । ଏହି ଏକତ୍ରୀକରଣ ମାଧ୍ୟମରେ ସରକାର ଏବେ ଏମଏସଏମଇ ପଞ୍ଜିକରଣକୁ ସମ୍ପୁର୍ଣ୍ଣ ଭାବେ କାଗଜରହିତ ପ୍ରକ୍ରିୟାରେ ଆଗତ କରୁଛନ୍ତି ।