ଓଡିଶା

odisha

By

Published : Jul 15, 2020, 1:39 PM IST

ETV Bharat / business

ମାର୍କେଟରୁ 1.34 ଲକ୍ଷରୁ ଉର୍ଦ୍ଧ୍ବ କାର ଫେରାଇନେବ ମାରୁତି

ମାରୁତି ସୁଜୁକି ଇଣ୍ଡିଆ 1,34,885 କାର ବଜାରରୁ ଫେରାଇନେବ। ତେବେ ଜାଣନ୍ତୁ କାହିଁକି କମ୍ପାନୀ ବଜାରରୁ କାର ଫେରାଇନେବାକୁ ନିଷ୍ପତ୍ତି ନେଇଛି ।

1.34 ଲକ୍ଷରୁ ଅଧିକ କାର ଫେରସ୍ତ ମଗାଇଲା ମାରୁତି
1.34 ଲକ୍ଷରୁ ଅଧିକ କାର ଫେରସ୍ତ ମଗାଇଲା ମାରୁତି

ମୁମ୍ବାଇ: ଦେଶର ବୃହତ୍ତମ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ 1,34,885 କାର ବଜାରରୁ ଫେରାଇନେବ। କମ୍ପୀନୀ 2018 ନଭେମ୍ବର 15ରୁ 2019 ଅକ୍ଟୋବର 15 ମଧ୍ୟରେ ନିର୍ମିତ ୱାଗନଆର(WagonR) ଓ 2019 ଜାନୁଆରୀ 8 ରୁ 2019 ନଭେମ୍ବର 4 ମଧ୍ୟରେ ନିର୍ମିତ ବଲେନୋ ( ପେଟ୍ରୋଲ)କୁ ଫେରାଇନେବ । ଏ ନେଇ ମାରୁତି ସୁଜୁକି ସୂଚନା ଦେଇଛି ।

ବଜାର ଅଂଶଧନ ଆଧାରରେ ଭାରତର ସବୁଠୁ ବଡ କାର ନିର୍ମାତା କମ୍ପାନୀ କହିଛି କି , ଫ୍ୟୁଲ ପମ୍ପରେ ତ୍ରୁଟି ଯୋଗୁଁ ଏହା ୱାଗନଆରର 56,663 ୟୁନିଟ ବଲେନୋର 78,222 ୟୁନିଟକୁ ଫେରସ୍ତ ଆଣିବ । ବଲେନୋ (Baleno)ଓ ୱାଗନଆର ଉଭୟ ମଡେଲର ମୋଟ 1,34,885 ଗାଡି ସାମିଲ ରହିଛି ।

ମାରୁତି ଏବେ ଏହି ସବୁ କାରର ଯାଞ୍ଚ କରିବ । ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନିଆଯିବ ନାହିଁ । ଏହି ଖବର ଆସିବା ପରେ ମାରୁତି ସେୟାରରେ ହ୍ରାସ ଦେଖିବାକୁ ମିଳିଛି । ଯଦିଓ କିଛି ସମୟ ପରେ ସେୟାର ଦାମ ପୁଣି ବଢିଥିଲା ।

ABOUT THE AUTHOR

...view details