ନୂଆଦିଲ୍ଲୀ:ସୋମବାର ରାତିରେ ଦୀର୍ଘ ୬ ଘଣ୍ଟା ଧରି ବିଶ୍ବବ୍ୟାପୀ ଅଚଳ ହୋଇଯାଇଥିଲା ସୋସିଆଲ ମିଡିଆ ସେବା । ରାତି ୯ଟା ପରେ ହଠାତ୍ ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଥିଲା । ଯେଉଁ କାରଣରୁ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ସୋସିଆଲ ମିଡିଆ ସର୍ଭର ଡାଉନ ହେବା ପରେ ଏହାର କୋ-ଫାଉଣ୍ଡର ବା CEO ମାର୍କ ଜୁକରବର୍ଗଙ୍କୁ ସହିବାକୁ ପଡିଛି ବିପୁଳ କ୍ଷତି । ତାଙ୍କ Networth ୬ ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାର(୫୨, ୨୧୭ କୋଟି)କୁ ଖସି ଆସିଛି । ଅର୍ଥାତ୍ ପ୍ରତି ଘଣ୍ଟାରେ ସେ ୮,୭୦୦ କୋଟି ଟଙ୍କା ହରାଇଛନ୍ତି । ଏହି ବଡ ହ୍ରାସ ସହ ଅରବପତି ଲିଷ୍ଟରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଜୁକରବର୍ଗ ।
ସେହିପରି ଆମେରିକୀୟ ସେୟାର ବଜାରରେ ଫେସବୁକ ସେୟାରରେ ଭାରି ହ୍ରାସ ଆସିଛି । ଗୋଟିଏ ଦିନରେ ସେୟାର ୫ ପ୍ରତିଶତ ଖସିଛି । ସେପ୍ଟେମ୍ବର ମଧ୍ୟଭାଗରୁ ଆଜିସୁଦ୍ଧା ଫେସବୁକ ସେୟାରରେ ୧୫ ପ୍ରତିଶତ ହ୍ରାସ ରେକର୍ଡ ହୋଇଥିବା ଜଣାପଡିଛି ।