ମୁମ୍ବାଇ:ଭାରତର ସବୁଠୁ ଶକ୍ତିଶାଳୀ କମ୍ପାନୀ ରିଲାଏନ୍ସ । ବିଶ୍ବର ଟପ୍ 500 ଅଣ-ରାଷ୍ଟ୍ରାୟତ୍ତ କମ୍ପାନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସବୁଠୁ ଶକ୍ତିଶାଳୀ ଭାରତୀୟ କମ୍ପାନୀ ଭାବେ ସ୍ଥାନ ପାଇଛି । ହେଲେ ଏହାର ମାନ୍ୟତା ତିନି ପଏଣ୍ଟ ଖସିଛି । ସେହିପରି ଗତବର୍ଷର ହୁରୁନ ଗ୍ଲୋବାଲ-500 ତାଲିକା ତୁଳାନାରେ ଟାଟା କନ୍ସଲଟାନ୍ସି ସର୍ଭିସ, HDFC ବ୍ୟାଙ୍କ, HDFC ଏବଂ ଭାରତୀ ଏୟାରଟେଲ ଆଦି କମ୍ପାନୀଗୁଡିକର ମଧ୍ୟ ମାନ୍ୟତା ହ୍ରାସ ପାଇଛି । ମୋଟାମୋଟି ଭାବେ 12 ଭାରତୀୟ କମ୍ପାନୀ ଚଳିତ ଥର ବିଶ୍ବର ଟପ୍ 500 କମ୍ପାନୀ ମଧ୍ୟରେ ସ୍ଥାନ ପାଇଛନ୍ତି । ପୂର୍ବ ବର୍ଷ ଏହି ସଂଖ୍ୟା 11 ଥିଲା ।
global valuation ranking: ଭାରତର ସବୁଠୁ ଶକ୍ତିଶାଳୀ କମ୍ପାନୀ ରିଲାଏନ୍ସ - ଗ୍ଲୋବାଲ ଭ୍ୟାଲ୍ୟୁଏସନ ର୍ୟାଙ୍କିଂ
ବିଶ୍ବର ଟପ୍ 500 ଅଣ-ରାଷ୍ଟ୍ରାୟତ୍ତ କମ୍ପାନୀ ମଧ୍ୟରୁ ସବୁଠୁ ଶକ୍ତିଶାଳୀ ଭାରତୀୟ କମ୍ପାନୀ ହେଉଛି ରିଲାଏନ୍ସ । ଗ୍ଲୋବାଲ ଭ୍ୟାଲୁଏସନ ମାନ୍ୟତା ତଥ୍ୟରୁ ସ୍ପଷ୍ଟ । ଅଧିକ ପଢନ୍ତୁ...
ସବୁଠୁ ଶକ୍ତିଶାଳୀ ଭାରତୀୟ କମ୍ପାନୀ ରିଲାଏନ୍ସ
ମୁକେଶ ଅମ୍ବାନୀଙ୍କ ମାଲିକାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଭ୍ୟାଲୁ 11% ବୃଦ୍ଧି ପାଇ 188 ବିଲିୟନ ଡଲାରରେ ପହଞ୍ଚିଛି । କିନ୍ତୁ ମାନ୍ୟତାରେ ତିନି ପଏଣ୍ଟ ହ୍ରାସ ପାଇ ଏହା 57 ତମ ସ୍ଥାନରେ ପହଞ୍ଚିଛି । ସେପଟେ TCSର ମଧ୍ୟ ମାନ୍ୟତା ଗୋଟିଏ ପଏଣ୍ଟ ଖସି 164 ବିଲିୟନ ଡଲାର ସହ 74 ସ୍ଥାନରେ ରହିଛି । HDFC 19ଟି ପଏଣ୍ଟ ହ୍ରାସ ପାଇ 113 ବିଲିୟନ ଟର୍ନଓଭର ସହ 124 ତମ ସ୍ଥାନକୁ ଖସିଛି ।
@PTI