ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ନିବେଶ ବଢାଇଲା ଏଲଆଇସି । ଜୀବନ ବୀମା କମ୍ପନୀ ଏଲଆଇସି ୟେସ ବ୍ୟାଙ୍କରେ ନିଜର ଅଂଶଧନକୁ ପ୍ରାୟ 5 ପ୍ରତିଶତକୁ ବୃଦ୍ଧି କରିଛି । ପବ୍ଲିକ ସେକ୍ଟର ବୀମା କମ୍ପାନୀ ଏଥିପାଇଁ ଖୋଲା ବଜାରରୁ ସେୟାର କ୍ରୟ କରିଛି ।
ଏ ନେଇ ୟେସ ବ୍ୟାଙ୍କ ସେୟାର ବଜାରକୁ ଦେଇଥିବା ସୂଚନାରେ କହିଛି କି, ବୀମା କମ୍ପାନୀ ନିକଟରେ ବ୍ୟାଙ୍କର ସେୟାର କିଣିଛି । ଏହି ସଦ୍ୟ ଅଧିଗ୍ରହଣ ସହ ବ୍ୟାଙ୍କରେ ଏଲଆଇସିର ଅଂଶଧନ 0.75 ପ୍ରତିଶତରୁ ବୃଦ୍ଧି ପାଇଁ 4.23 ପ୍ରତିଶତ ହୋଇଛି ।