ନୂଆଦିଲ୍ଲୀ:ହାଉସିଂ ଫାଇନାନ୍ସ କମ୍ପାନୀ HDFCର ପାର୍ବଣ ଅଫର । ନୂଆ ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଯେକୌଣସି ଲୋନ ରାଶି ଉପରେ ଦେବାକୁ ପଡିବ କମ୍ ସୁଧ । ବର୍ତ୍ତମାନ ପାର୍ବଣ ଋତୁ ଅବସରରେ ହୋମ ଲୋନ ଉପରେ ସୁଧହାର କମାଇଲା HDFC । ସାଧାରଣତଃ ଦୀପାବଳି ଭଳି ପର୍ବ ସମୟରେ ବହୁ ପରିମାଣରେ ଗୃହ କ୍ରୟ ଏବଂ ବୁକିଂ କରାଯାଇଥାଏ । ତେଣୁ ସେହି ଦୃଷ୍ଟିରୁ ଏଭଳି ଅଫର ଆଣିଛି କମ୍ପାନୀ ।
HDFC କହିଛି, ପାର୍ବଣ ଋତୁ ଅବସରରେ ସେ ୬.୭୦% ବାର୍ଷିକ ସୁଧହାରରେ ଲୋକଙ୍କୁ ହୋମ ଲୋନ ଦେବ । କମ୍ ସୁଧହାର ବିଶିଷ୍ଟ ଏହି ହୋମ ଲୋନ ନିଯୁକ୍ତିବର୍ଗରେ ଯେକୌଣସି ପରିମାଣର ଋଣ ଉପରେ ଦିଆଯିବ । ଅର୍ଥାତ୍ ଲୋନ ଆମାଉଣ୍ଟର କିଛି ନିର୍ଦ୍ଦିଷ୍ଟ ସୀମା ରଖାଯାଇ ନାହିଁ । ଏହି ଅଫର ସମସ୍ତ ନୂଆ ଲୋନ ଆପ୍ଲିକେସନ ଉପରେ ଲାଗୁ ହେବ ।