ନୂଆଦିଲ୍ଲୀ:ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ସରକାର ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏପରି ଏକ Employment exchange ଖୋଲିବାକୁ ଯାଉଛନ୍ତି ଯଦ୍ବାରା ସେମାନେ ନୂତନ ଭାବେ ରୋଜଗାର ପାଇପାରିବେ । ଏହି exchange ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ଏହାବ୍ୟତୀତ ସରକାର ସିନିଅର ସିଟିଜେନଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଆରମ୍ଭ କରିଛନ୍ତି ।
ଏହି ନମ୍ବରରେ ସିନିୟର ସିଟିଜେନ ନିଜର ରେଜିଷ୍ଟେରସନ କରି ନିଜ ପାଇଁ ନିଯୁକ୍ତିର ଖୋଜ୍ କରିପାରିବେ । ଏହି ପ୍ରକାର ନିଯୁକ୍ତି ଏକ୍ସଚେଞ୍ଜ ଦେଶରେ ପ୍ରଥମ ଥର ଖୋଲିବାକୁ ଯାଉଛି । ଏନେଇ ଏକ ପୋର୍ଟାଲ ମଧ୍ୟ ଆରମ୍ଭ ହେବ । ତେଣୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଯେଉଁମାନେ ଚାକିରୀ ଚାହୁଁଛନ୍ତି, ଆସନ୍ତା ୧ ତାରିଖରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନରେ ଖୋଲୁଥିବା senior able citizens for re-employement in dignity(SACRED) ପୋର୍ଟାଲକୁ ଯାଇ ରେଜିଷ୍ଟେସନ କରିପାରିବେ ।
ଏକ ରିପୋର୍ଟ ମୁତାବକ ଏହା ଏକ ପରୋକ୍ଷ ପ୍ଲାଟଫର୍ମ ହେବ ଯେଉଁଥିରେ ହିତାଧିକାରୀମାନେ ପରସ୍ପର ସହ ଭର୍ଚୁଆଲି ସାକ୍ଷାତ କରିବେ ଏବଂ ରୋଜଗାର ସମ୍ବନ୍ଧରେ ଆଲୋଚନା କରିବେ । ମନ୍ତ୍ରଣାଳୟ CII, FICCI ଏବଂ Assocham ଭଳି ଇଣ୍ଡଷ୍ଟ୍ରୀ ଚ୍ୟାମ୍ବରକୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ସହଯୋଗ କରିବାକୁ କହିଛନ୍ତି ।