ଓଡିଶା

odisha

ETV Bharat / business

ସ୍ବାସ୍ଥ୍ୟ, ଗାଡି ବୀମା ନବୀକରଣ ଅବଧି ମେ 15କୁ ବୃଦ୍ଧି

ଆପଣଙ୍କ ସ୍ବାସ୍ଥ୍ୟ, ଗାଡି ନବୀକରଣ ଅବଧି ଏଇ ମେ 3 ମଧ୍ୟରେ ଶେଷ ହେଉଛି କି . ତେବେ ଚିନ୍ତା କରନ୍ତୁ ନାହିଁ । ଲକଡାଉନ ମଧ୍ୟରେ ଯେପରି ଆପଣଙ୍କ କୌଣସି ସମସ୍ୟା ହେବ ନାହିଁ ସେଥିପାଇଁ ଏହି ସମୟସୀମାକୁ ମେ 15 କୁ ବଢାଯାଇଛି ।

govt extends motor health renewal deadline till may 15
ସ୍ବାସ୍ଥ୍ୟ, ଗାଡି ବୀମା ନବୀକରଣ ଅବଧି ମେ 15କୁ ବୃଦ୍ଧି

By

Published : Apr 16, 2020, 7:48 PM IST

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି ସହ ବଢିଲା ବୀମା ନବୀକରଣ ସମୟସୀମା । ଦେଶବ୍ୟାପି ତାଲା ବନ୍ଦ ମଧ୍ୟରେ ଯେଉଁସବୁ ସ୍ବାସ୍ଥ୍ୟ ଓ ଗାଡି ବୀମାର ନବୀକରଣ ସମୟସୀମା ଶେଷ ହେଉଛି, ତାହାକୁ ମେ 15 ଯାଏଁ ନବୀକରଣ କରାଯାଇପାରିବ । ଅର୍ଥମନ୍ତ୍ରାଣଳୟ ଏ ନେଇ ଟ୍ବିଟ କରି ଜଣାଇଛି ।

ଏହି ନିୟମ ସେହି ବୀମା ପଲିସି ପାଇଁ ଯାହାର ନବୀକରଣ ଡେଡଲାଇ ମାର୍ଚ୍ଚ 15ରୁ ମେ 3 ମଧ୍ୟରେ ରହିଥିବ । ଅର୍ଥମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଏହି ସମୟସୀମାକୁ ବଢାଯାଇଛି ।

ସେହିପରି ଅର୍ଥ ମନ୍ତ୍ରଣାଳୟ ଦୁଇଟି ପୃଥକ ବିଜ୍ଞପ୍ତିରେ କହିଛି ଯେ, ଯେଉଁମାନଙ୍କର ତୃତୀୟ ପକ୍ଷ ଗାଡି ବୀମା କିମ୍ବା ସ୍ବାସ୍ଥ୍ୟ ବୀମା ମାର୍ଚ୍ଚ 25 ରୁ ମେ 3 ମଧ୍ୟରେ ସମାପ୍ତ ହେଉଛି ଏବଂ ସେମାନେ ବର୍ତ୍ତମାନ ବୀମା ନବୀକରଣ କରିବାକୁ ସକ୍ଷମ ନୁହଁନ୍ତି, ସେହି ଗ୍ରାହକ ଚାହିଁଲେ ମେ 15 ଆପଣ ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ |

ବିଜ୍ଞପ୍ତିରେ, ବୀମା ଧାରକଙ୍କୁ ଆଶ୍ବସ୍ତ କରାଯାଇଛି କି ଯଦି ସେମାନେ ନବୀକରଣ ପୂର୍ବରୁ ଏହି ଅବଧିରେ ଏକ ଯୁକ୍ତିଯୁକ୍ତ ଦାବି କରନ୍ତି, ତେବେ ସେମାନେ ବୀମା ପଲିସିର ସମସ୍ତ ସୁବିଧା ପାଇବେ |

ପିଟିଆଇ

ABOUT THE AUTHOR

...view details