ନୂଆଦିଲ୍ଲୀ: ତିନି ଦିନ ପରେ ଅର୍ଥାତ୍ ଅକ୍ଟୋବର ପହିଲାରୁ ସମସ୍ତଙ୍କୁ କେତେକ ନୂତନ ପରିବର୍ତ୍ତନର ସାମ୍ନା କରିବାକୁ ହେବ । ଅକ୍ଟୋବର ଆରମ୍ଭରୁ ବ୍ୟାଙ୍କ ଏବଂ ବେତନ ସହ ସମ୍ବନ୍ଧିତ ଅନେକ ନିୟମରେ ହେବ ବଡ ପରିବର୍ତ୍ତନ । ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ । ଏହି ପରିବର୍ତ୍ତନରେ ବ୍ୟାଙ୍କି ନିୟମଠୁ ଆରମ୍ଭ କରି LPG ଯାଏଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ଜାଣନ୍ତୁ କ'ଣ ଏହି ପରିବର୍ତ୍ତନ...
୧. ପେନସନ ନିୟମରେ ପରିବର୍ତ୍ତନ(Pension rules)
ଅକ୍ଟୋବର ୧ ତାରିଖରୁ ଡିଜିଟାଲ ଲାଇଫ ସାର୍ଟିଫିକେଟ (Digital life certificate) ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବ । ବର୍ତ୍ତମାନ ଦେଶର ସମସ୍ତ ବୃଦ୍ଧ ପେନସନ ଭୋଗୀ ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ, ସେମାନେ ଦେଶର ସମସ୍ତ ହେଡ୍ ପୋଷ୍ଟ ଅଫିସରର ଜୀବନ ପ୍ରମାଣ ସେଣ୍ଟରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜମା କରିବେ । ଏଥିପାଇଁ ସମୟ ଅବଧି ନଭେମ୍ବର ୩୦ ଯାଏଁ ରହିଛି । ଜୀବନ ପ୍ରମାଣପତ୍ର ଜମା କରିବା କାମ ପୋଷ୍ଟ ଅଫିସ ମାଧ୍ୟମରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଡାକ ବିଭାଗ ଜୀବନ ପ୍ରମାଣ ସେଣ୍ଟରର ଆଇଡି ସମୟ ରହିତ ଆକ୍ଟିଭେଟ ସୁନିଶ୍ଚିତ କରିବାକୁ କହିଛି ।
୨. ଅକ୍ଟୋବରରୁ ଚାଲିବନି ପୁରୁଣା ଚେକ୍ ବୁକ୍ (Cheque book rules)
ଅକ୍ଟୋବରରୁ ତିନୋଟି ବ୍ୟାଙ୍କର ଚେକବୁକ୍ ଏବଂ MICR କୋଡ୍ ଇନଭ୍ୟାଲିଡ୍ ହୋଇଯିବ । ଏହି ବ୍ୟାଙ୍କଗୁଡିକ ହେଉଛନ୍ତି, ଓରିଏଣ୍ଟଲ ବ୍ୟାଙ୍କ ଅଫ୍ କମର୍ସ(OBC), ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ (United Bank of India) ଏବଂ ଆହ୍ଲାବାଦ ବ୍ୟାଙ୍କ(Allahabad Bank) । ଏହି ବ୍ୟାଙ୍କ ହେଉଛି ସେହିସବୁ ବ୍ୟାଙ୍କ ଯାହାର ଅନ୍ୟ ବ୍ୟାଙ୍କଗୁଡିକ ସହ ସମ୍ମିଶ୍ରଣ ହୋଇଛି । ବ୍ୟାଙ୍କଗୁଡିକର ମିଶ୍ରଣ ପରେ ଖାତାଧାରକଙ୍କ ଆକାଉଣ୍ଟ ନମ୍ବର, IFSC ଏବଂ MICR କୋଡରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ଅକ୍ଟୋବର ପହିଲାରୁ ବ୍ୟାଙ୍କି ସିଷ୍ଟମ ପୁରୁଣା ଚେକକୁ ରିଜେକ୍ଟ କରିଦେବ । ଅର୍ଥାତ୍ ସମସ୍ତ ଚେକ୍ ବୁକ୍ ଅବୈଧ ହୋଇଯିବ ।
୩. ଅଟୋ ଡେବିଟ୍ କାର୍ଡ ନିୟମରେ ପରିବର୍ତ୍ତନ (auto debit rules)
ଅକ୍ଟୋବରରୁ କ୍ରେଡିଟ ଏବଂ ଡେବିଟ୍ କାର୍ଡରୁ ହେବାକୁ ଥିବା ଅଟୋ ଡେବିଟ୍ ପାଇଁ RBI (Reserve Bank of India)ର ନୂଆ ନିୟମ ଲାଗୁ ହୋଇଛି । ଯେଉଁ କାରଣରୁ ଡେବିଟ୍/କ୍ରେଡିଟ କାର୍ଡ କିମ୍ବା ମୋବାଇଲ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ୍, ଗ୍ରାହକ ମଞ୍ଜୁରୀ ନ ଦେବା ପର୍ଯ୍ୟନ୍ତ ଡେବିଟ୍ ହେବ ନାହିଁ । ଅକ୍ଟୋବର ପହିଲାରୁ ଲାଗୁ ହେଉଥିବା Additional Factor Authentication ମୁତାବକ, ବ୍ୟାଙ୍କକୁ କୌଣସି ପ୍ରକାର ଅଟୋ ଡେବିଟ ପେମେଣ୍ଟ ଜରିଆରେ ଆକାଉଣ୍ଟରୁ ଟଙ୍କା ଡେବିଟ କରିବାକୁ ଅନୁମତି ପାଇଁ ଗ୍ରାହକଙ୍କୁ ୨୪ ଘଣ୍ଟା ପୂର୍ବରୁ ନୋଟିଫିକେସନ ପଠାଯିବ । ଗ୍ରାହକଙ୍କ ଆକାଉଣ୍ଟର ଟଙ୍କା ସେତେବେଳେ ଡେବିଟ୍ ହେବ, ଯେତେବେଳେ ସେ ଏହା ସୁନିଶ୍ଚିତ କରିବେ । ଏହି ନୋଟିଫିକେସନ ଉପଭୋକ୍ତାଙ୍କୁ ନୋଟିଫିକେସନ କିମ୍ବା SMS ଜରିଆରେ ମିଳିବ ।