ଲଣ୍ଡନ: ନୂଆ ରେକର୍ଡ କଲା ଆପଲ । ବଜାର ପୁଞ୍ଜିକରଣ 2,30,000 କୋଟି ଟଙ୍କା ବୃଦ୍ଧି ସହିତ ଆପଲ ଫାଇନାନ୍ସିଆଲ ଟାଇମ୍ସ ଷ୍ଟକ୍ ଏକ୍ସଚେଞ୍ଜ 100 ଇଣ୍ଡେକ୍ସ (FTSE 100)ରେ ଥିବା ସମସ୍ତ କମ୍ପାନୀଠାରୁ ପଛରେ ପକାଇ ଆଗକୁ ବଢିଛି । ଏଫଟିଏସଇ ହେଉଛି ବ୍ରିଟେନର ସବୁଠୁ ବଡ ସେୟାର ସୂଚକାଙ୍କ ।
ବିବିସି ରିପୋର୍ଟ ଅନୁସାରେ, ଆପଲର ବଜାର ମୂଲ୍ୟ 2,30,000 କୋଟି ଟଙ୍କା ପାଖାପାଖି ରହିଛି । ଯାହାକି ଏଫଚିଏସଇ 100 ମଧ୍ୟରୁ ସମସ୍ତ କମ୍ପାନୀର ମାର୍କେଟ କ୍ୟାପ ମୋଟ 1,50,000 କୋଟି ଟଙ୍କାରୁ ବହୁତ ଅଧିକ କହିଛି ।