ଓଡିଶା

odisha

ETV Bharat / business

ଭାରତକୁ ଆସୁଥିବା ପ୍ରତି 4 ରୁ 3 ସ୍ମାର୍ଟଫୋନ ଚାଇନା ବ୍ରାଣ୍ଡ

ଜୁନ ତ୍ରୟମାସିକରେ ଭାରତକୁ ଆସିଥିବା ପ୍ରତ୍ୟେକ ଚାରିଟି ସ୍ମାର୍ଟଫୋନ ମଧ୍ୟରୁ 3ଟି ଚୀନରେ ତିଆରି ହୋଇଛି। ଅଧିକ ପଢନ୍ତୁ..

By

Published : Jul 30, 2020, 6:30 PM IST

Updated : Jul 30, 2020, 6:37 PM IST

3 in every 4 smartphones shipped in India were Chinese in Q2
3 in every 4 smartphones shipped in India were Chinese in Q2

ନୂଆଦିଲ୍ଲୀ: ଦେଶରେ ଲଗାଯାଇଥିବା ତାଲାବନ୍ଦ କାରଣରୁ ଯୋଗାଣ ତଥା ଘରୋଇ ଉତ୍ପାଦନ ହ୍ରାସ ହୋଇଛି । ଏହା ପରେ ବି ଜୁନ ତ୍ରୟମାସିକରେ ଭାରତକୁ ଆସିଥିବା ପ୍ରତ୍ୟେକ ଚାରିଟି ସ୍ମାର୍ଟଫୋନ ମଧ୍ୟରୁ 3ଟି ଚୀନରେ ତିଆରି ହୋଇଛି। ଗୁରୁବାର ଏକ ନୂଆ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ସିଏମଆର ଇଣ୍ଡିଆର ମୋବାଇଲ ହ୍ୟାଣ୍ଡସେଟ ମାର୍କେଟ ସମୀକ୍ଷା ଅନୁଯାୟୀ, ଚୀନ ସ୍ମାର୍ଟଫୋନ ବ୍ରାଣ୍ଡଗୁଡିକ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜର ତୁରନ୍ତ ଲାଭ ସାମସଙ୍ଗକୁ ମିଳିଛି । ସାମସଙ୍ଗର ମାର୍କେଟ ସେୟାରରେ ଦ୍ବିତୀୟ ତ୍ରୟମାସରେ 24 ପ୍ରତିଶତ ପର୍ଯ୍ୟନ୍ତ ସୁଧାର ହୋଇଥିବା ଦେଖିବାକୁ ମିଳିଛି ।

ସିଏମଆର ଇଣ୍ଡଷ୍ଟ୍ରିଜର ଇଣ୍ଟେଲିଜେନ୍ସ ଗ୍ରୁପର ମ୍ୟାନେଜର ଅମିତ ଶର୍ମା କହିଛନ୍ତି କି, ସାମସଙ୍ଗ ଆଗାମୀ କ୍ୱାର୍ଟରରେ ବଜାରରେ ନିଜର କାର୍ଯ୍ୟଦକ୍ଷତା ବଜାୟ ରଖିପାରିବ, ଗ୍ରାହକଙ୍କ ଚାହିଦାକୁ ପୂରଣ କରିବ, ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ପ୍ରଭୁତ୍ବକୁ ଚ୍ୟାଲେଞ୍ଜ ଦେଇ ନିଜର ଦବଦବା ବଜାୟ ରଖିପାରିବ କି ନାହିଁ , ତାହା ଦେଖିବାକୁ ବାକି ରହିଲା । ତେବେ ଏ ସବୁର ଫଳାଫଳ ତୃତୀୟ ତ୍ରୟମାସରେ ଦେଖିବାକୁ ମିଳିବ ।

ଦ୍ବିତୀୟ ତ୍ରୟମାସ ମଧ୍ୟରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡର ବଜାର ଅଂଶଧନ 73 ପ୍ରତିଶତ ହ୍ରାସ ହୋଇଛି । ଯାହାକି 2019 ତୃତୀୟ ତ୍ରୟମାସରେ ଶେଷ ଥର ଦେଖାଯାଇଥିବା ସ୍ତର ସହ ସମାନ ।

ଦେଶବ୍ୟାପୀ ଲକଡାଉନ ମଧ୍ୟରେ ଜୁନ ତ୍ରୟମାସରେ ଭାରତରେ ସ୍ମାର୍ଟଫୋନର ମୋଟ ସିପମେଣ୍ଟରୁ 42 ପ୍ରତିଶତ (କ୍ୱାର୍ଟର-ଅନ୍-କ୍ୱାର୍ଟର୍) ଏବଂ 48 ପ୍ରତିଶତ (ବର୍ଷାନୁକ୍ରମିକ ) ହ୍ରାସ ପାଇଛି । ଟପ 3 ମଧ୍ୟରେ ସାଓମି, ସାମସଙ୍ଗ ଓ ଭିଭୋ ସାମିଲ ଅଛି ।

Last Updated : Jul 30, 2020, 6:37 PM IST

ABOUT THE AUTHOR

...view details