ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଜିରୋ ବଜେଟ ଫାର୍ମିଙ୍ଗ । ପୂରଣ ହେବ ଦିଗୁଣା ଆୟ ପ୍ରତିଶ୍ରୁତି । ନିର୍ମଳାଙ୍କ ପ୍ରଥମେ ବଜେଟରେ ଚାଷୀଙ୍କ ପାଇଁ ଏଭଳି ଘୋଷଣା ଏବେ ସମଗ୍ର ଭାରତରେ ଚର୍ଚ୍ଚାର ଖୋରାକ ଯୋଗାଉଛି । ଜିରୋ ବଜେଟ ଫାର୍ମିଙ୍ଗ ଦେଶରେ କେତେ ସମ୍ଭବପର ? କଣ ସତରେ ଏହାର ଫାଇଦା ପାଇପାରିବେ 30 ଜିଲ୍ଲାର ଲକ୍ଷ ଲକ୍ଷ କୃଷି ।
କଣ ଏହି ‘ଜିରୋ ବଜେଟ ଫାର୍ମିଙ୍ଗ’
ଜିରୋ ବଜେଟ ଫାର୍ମିଙ୍ଗ ଅର୍ଥ , ବିନା ଋଣରେ ଚାଷୀ ଫସଲ ଅମଳ କରିବ । ଆଉ ଏଥିପାଇଁ କୌଣସି ପ୍ରକାର ସାର, କୀଟନାଶକ ଔଷଧ ବ୍ୟବହାର କରାଯାଇନଥାଏ । ଅର୍ଥାତ ଚାଷୀ ପ୍ରାକୃତିକ ଉପାୟରେ ଅନ୍ନ ଯୋଗାଇବ । ସମ୍ପୁର୍ଣ୍ଣ ଦେଶୀ ଉପାୟରେ ଫସଲ ଅମଳ ହେବ । ଏପରିକି ପମ୍ପ, ଡିଜେଲ ଚାଳିତ ଯନ୍ତ୍ର ଆଦିର ମଧ୍ୟ ଉପଯୋଗ କରିବ ନାହିଁ । ଯାହା ଫଳରେ ଚାଷୀକୁ ଏଥିପାଇଁ କୌଣସି ଅଧିକା ଖର୍ଚ୍ଚ କରିବାକୁ ପଡିବ ନାହିଁ । କିନ୍ତୁ ଏହା କଣ ସମ୍ଭବ କି? ବିନା ରସାୟନ ସାର , ପିଡିଆରେ ଫସଲ ଉତ୍ପାଦନ ଏତେଟା ସହଜ ନୁହେଁ ବୋଲି ଚାଷୀ ମତ ଦେଇଛନ୍ତି ।