ଓଡିଶା

odisha

ETV Bharat / business

WTOର ବୈଠକ ଆରମ୍ଭ, 22ଟି ଦେଶ କରିବେ ଆଲୋଚନା

ସୋମବାରରୁ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବିଶ୍ବ ବ୍ୟାପାର ସଂଗଠନ(WTO)ର ମନ୍ତ୍ରୀସ୍ତରୀୟ ସଦସ୍ୟଙ୍କ ବୈଠକ । ଦୁଇ ଦିନିଆ ଏହି ବୈଠକରେ ଭାରତ ସମେତ 22ଟି ଦେଶ ସାମିଲ ରହିଛି ।

By

Published : May 13, 2019, 2:33 PM IST

ଫଟୋ ସୌଜନ୍ୟ- ଏଏନଆଇ

ନୂଆଦିଲ୍ଲୀ: ସୋମବାରରୁ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବିଶ୍ବ ବ୍ୟାପାର ସଂଗଠନ(WTO)ର ମନ୍ତ୍ରୀ ସ୍ତରୀୟ ସଦସ୍ୟଙ୍କ ବୈଠକ । ଦୁଇ ଦିନିଆ ଏହି ବୈଠକରେ ଭାରତ, ଚୀନ, ମିସ୍ତ୍ରୀ, ଇଣ୍ଡୋନେସିଆ, ମାଲେସିଆ, ତୁର୍କୀ ସମେତ 22ଟି ଦେଶ ମନ୍ତ୍ରୀ ଓ ଅଧିକାରୀ ବିଭିନ୍ନ ମହତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବୈଠକ ଚାଲିବ । ଏଥିରେ 16ଟି ବିକାଶଶୀଳ ଦେଶ ଓ 6 କମ ବିକଶିତ ଦେଶ ଆଦି ଏଥିରେ ସାମିଲ ରହିଛନ୍ତି । WTO ଏକ ବହୁ ସ୍ତରୀୟ ସଂସ୍ଥା । ଯାହାକି ଅନ୍ତରାଷ୍ଟ୍ରୀୟ ବେପାରର ପରିଚାଳନା କରେ । ଏହା ମୂଖ୍ୟ ଲକ୍ଷ୍ୟ ସଂରକ୍ଷଣବାଦକୁ ଶେଷ କରିବା । ଦେଶ ଦେଶ ମଧ୍ୟପେ ସୁସମ୍ପର୍କ ସ୍ଥାପନ କରି ମୁକ୍ତ ଓ ଅବାଧ ବାଣିଜ୍ୟ କାରବାର କରିବାର ଏହା ପ୍ରମୁଖ ଉଦ୍ଦେଶ୍ୟ ।

For All Latest Updates

ABOUT THE AUTHOR

...view details