ଓଡିଶା

odisha

ETV Bharat / business

WTOର ପରିସଂଖ୍ୟାନ ସମୀକ୍ଷା: ଗ୍ଲୋବାଲ ଟ୍ରେଡର ସଦ୍ୟ ତଥ୍ୟ ଉପସ୍ଥାପନ - ଗ୍ଲୋବାଲ ଟ୍ରେଡ

ବିଶ୍ବ ବ୍ୟାପାର ପରିସଂଖ୍ୟାନ ସମୀକ୍ଷା 2019 ରିପୋର୍ଟ ପ୍ରକାଶିତ । ଏଥିରେ ପ୍ରାୟ ସବୁ ରାଷ୍ଟ୍ରର ଆର୍ଥିକ ସ୍ଥିତିର ଗାଣିତିତ ତଥ୍ୟ ପ୍ରଦାନ କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Aug 2, 2019, 9:40 PM IST

ନୂଆଦିଲ୍ଲୀ: ବିଶ୍ବ ବ୍ୟାପାର ପରିସଂଖ୍ୟାନ ସମୀକ୍ଷା 2019 ପ୍ରକାଶିତ । ଏଥିରେ ଗ୍ଲୋବାଲ ଟ୍ରେଡର ସଦ୍ୟ ତଥ୍ୟକୁ ଉପସ୍ଥାପନ କରାଯାଇଛି । ଏହା ବ୍ୟତୀତ ପ୍ରାୟ ସବୁ ରାଷ୍ଟ୍ରର ଆର୍ଥିକ ସ୍ଥିତିର ଗାଣିତିତ ତଥ୍ୟ ପ୍ରଦାନ କରାଯାଇଛି ।

ମାଲ ଓ ସେବା କ୍ଷେତ୍ରରେ ବେପାରର ଗହୀର ତଥ୍ୟର ବିଶ୍ଲେଷଣ ଓ ଏଥିରେ ମୁଖ୍ୟ ଭୂମିକା ତୁଲାଉଥିବା ପ୍ରଦର୍ଶନକାରୀଙ୍କ ସମ୍ପର୍କରେ ସର୍ବିଶେଷ ତଥ୍ୟ ରହିଛି । ଏହି ସମୀକ୍ଷାରେ ବିକାଶଶୀଳ ରାଷ୍ଟ୍ର ଓ ବିକାଶମୁଖୀ ରାଷ୍ଟ୍ର ମଧ୍ୟ ସାମିଲ ରହିଛନ୍ତି । ଏଥିସହ ଆଞ୍ଚଳିକ ବେପାର ବୁଝାମଣା, ମୁଲ୍ୟ ବର୍ଦ୍ଧିତ ଶବ୍ଦରେ ବେପାର ଏବଂ ଡିଜିଟାଲ ବେପାରରେ ଭାଗୀଦାରଙ୍କୁ ମଧ୍ୟ ଦର୍ଶାଇଥାଏ ।

ପ୍ରକାଶନର ଉପକ୍ରମରେ ମହାନିର୍ଦ୍ଦେଶକ ରୋବର୍ଟ ଅଜେବେଦୋ କହିଛନ୍ତି ଯେ, ଅନିଶ୍ଚିତତାରେ ରହିଥାଏ ବୈଷୟିକ ବେପାର । କାରଣ ବ୍ୟାପାର ପରିସଂଖ୍ୟାନ ଏକ ନୂଆ ଆରମ୍ଭକୁ ଭିନ୍ନ ମୋଡ ଦେଇଥାଏ । ହେଲେ ସରକାରଙ୍କୁ ଏକ ଉତ୍ତମ ଦିଗରେ ଟ୍ରେଡ ପଲିସି ଲାଗୁ କରିବାକୁ ହେଲେ ସଦ୍ୟ ଡାଟା ଆବଶ୍ୟକ ହୋଇଥାଏ । ଯେପରି ଏହି ନୂଆ ପଲିସି ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବା ସହ ବେପାରନୀତିକୁ ଏକ ଭିନ୍ନ ଓ ସକରାତ୍ମକ ଦିଶା ଦେବ । ଆଉ ଏହି କ୍ଷେତ୍ରରେ ବିଶ୍ବ ବ୍ୟାପର ସଂଗଠନର ଡାଟା ସରକାରଙ୍କ ଏହି ଆବଶ୍ୟକତାକୁ ପୂରଣ କରିବାଲାଗି ସାହାଯ୍ୟ କରିବ ।

ବ୍ୟାପାର ନୀତି ବିକାଶ ଉପରେ ଗୋଟିଏ ବିଭାଗରେ ବ୍ୟାପାର ପ୍ରତିବନ୍ଧକ, ବ୍ୟାପାର ସୁବିଧା ଉପାୟ, ବ୍ୟାପାର ସୁବିଧାର ମୁଖ୍ୟାଂଶ ସବୁ କାର୍ଯ୍ୟକାରୀ ହୋଇଥାଏ । ଯାହାକି ଡବ୍ୟୁଟିଓ(ବିଶ୍ବ ବ୍ୟାପର ସଂଗଠନ)ର ସଦସ୍ୟଙ୍କ ଦ୍ବାରା କଭର କରାଯାଇଥାଏ । ଏଥିରେ ଡବ୍ଲୁଟିଓର ଟ୍ରେଡ ବୁଝାମଣା,ଲାଗୁ ଟାରିଫ ଏବଂ ସଦ୍ୟ ବ୍ୟାପର ଅର୍ଥନୀତିର ବିକାଶ ସମ୍ପର୍କିତ ସବୁ ସାମିଲ ରହିଥାଏ ।


ଏହି ରିପୋର୍ଟରେ ବିଶ୍ଲେଷଣ କରାଯାଇଥିବା ଅଧ୍ୟାୟଗୁଡିକୁ 60ରୁ ଉର୍ଦ୍ଧ୍ବ ଟେବଲରେ ପୂରା କରାଯାଇଛି । ଏଥିରେ ବ୍ୟାପର ସେବାର ପ୍ରତିଟି ଦିଗ ଉପରେ ଗୁରୁତ୍ବରୋପ କରାଯାଇଛି । 197ଟି ଅର୍ଥବ୍ୟବସ୍ଥାକୁ ଟ୍ରେଡ ପ୍ରୋଫାଇଲ 2019 ଟ୍ରେଡ ଏବଂ କମର୍ସିଆଲ ସର୍ଭିସ ପ୍ରଦାନ କରିଥାଏ । ଏଥିମଧ୍ୟରେ ଆମଦାନୀ, ରପ୍ତାନୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସଂଙ୍କେତ ପ୍ରଦାନ କରାଯାଇଥାଏ ।

ABOUT THE AUTHOR

...view details