ଓଡିଶା

odisha

ETV Bharat / business

ଭାରତର MSMEକୁ 5 ହଜାର କୋଟିର ଆର୍ଥିକ ସହାୟତା ଦେବ ବିଶ୍ବବ୍ୟାଙ୍କ - ଏମଏସଏମଇକୁ ବିଶ୍ବ ବ୍ୟାଙ୍କର ଆର୍ଥିକ ପ୍ୟାକେଜ

କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହଯୋଗ ପାଇଁ ଭାରତକୁ 5 ହଜାର କୋଟି ଟଙ୍କା ବଜେଟ ସମର୍ଥନ ଦେବ ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ..

ଭାରତର MSMEକୁ 5 ହଜାର କୋଟିର ଆର୍ଥିକ ସହାୟତା ଦେବ ବିଶ୍ବବ୍ୟାଙ୍କ
ଭାରତର MSMEକୁ 5 ହଜାର କୋଟିର ଆର୍ଥିକ ସହାୟତା ଦେବ ବିଶ୍ବବ୍ୟାଙ୍କ

By

Published : Jul 2, 2020, 1:37 PM IST

ନୂଆଦିଲ୍ଲୀ: କୋଭିଡ-19ରେ ପ୍ରଭାବିତ 15 କୋଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହଯୋଗ ପାଇଁ ଭାରତକୁ 5 ହଜାର କୋଟି ଟଙ୍କା ବଜେଟ ସମର୍ଥନ ଦେବ ବିଶ୍ବ ବ୍ୟାଙ୍କ । ବୁଧବାର ବିଶ୍ବବ୍ୟାଙ୍କ ଏ ନେଇ ଜଣାଇଛି ।

ଆତ୍ମନିର୍ଭର ଭାରତ ଅଧିନରେ ଏମଏସଏମଇକୁ ସହଯୋଗ ପାଇଁ ଭାରତ ସରକାରଙ୍କ 3.7 ଲକ୍ଷ କୋଟି ଟଙ୍କା ପ୍ୟାକେଜକୁ ପ୍ରଂଶସା କରିଛନ୍ତି ବିଶ୍ବବ୍ୟାଙ୍କର ଭାରତ ନିର୍ଦ୍ଦେଶକକ ଜୁନେଦ ଅହମଦ । ଏଥିସହ ସେ କହିଛନ୍ତି କି, ରିଜର୍ଭ ବ୍ୟାଙ୍କ ମଧ୍ୟ ବ୍ୟାଙ୍କ ଓ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ(ସିଡବି) କୁ ବୁଷ୍ଟର ଦେବା ପାଇଁ ବଜାରେ ଲିକ୍ୟୁଡିଟି ବୃଦ୍ଧି ନେଇ ପଦକ୍ଷେପ ଗ୍ରହଣ କରିଛି ।

ବିଶ୍ବ ବ୍ୟାଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି 5 ହଜାର କୋଟି ଟଙ୍କା, ସାମାଜିକ ତଥା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ପୂର୍ବରୁ ଘୋଷିତ 2 ଅରବ ଡଲାରର ଆର୍ଥିକ ପ୍ୟାକେଜର ଅତିରିକ୍ତ ରହିଛି । ଏଥିସହ କୋଭିଡ-19 ମଧ୍ୟରେ ବିଶ୍ବ ବ୍ୟାଙ୍କରୁ ଭାରତକୁ 3 ମାସରେ ମୋଟ 2.75 ଅରବ ଡଲାର ଋଣ ଯୋଗାଇ ଦିଆଯାଇଛି ।

ବହୁପକ୍ଷୀୟ ଅର୍ଥ ସଂସ୍ଥାନର ବିକାଶ ନୀତି ଋଣ ଅଧୀନରେ ଏମଏସଏମଇ ପାଇଁ ଏହି ଆର୍ଥିକ ସହାୟତା ଦିଆଯାଉଛି । ଏହା ଭାରତ ସରକାରଙ୍କୁ ସିଧାସଳଖ ବଜେଟ ସହାୟତା ଭାବରେ ଦିଆଯିବ । ତେବେ ଅହମଦ କହିଛନ୍ତି, "ବିକାଶ ନୀତି ଋଣ ଅଧୀନରେ, ଆମେ କୌଣସି ବିଶେଷ ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଇ ଦେଉନାହୁଁ । ଯେବେ ସରକାର ଏଭଳି ନୀତିଗତ ଫ୍ରେମୱାର୍କ ପ୍ରସ୍ତୁତ କରନ୍ତି, ଆଉ ତାକୁ ସମର୍ଥନ କରିବା ଉଚିତ ବୋଲି ଆମେ ଭାବୁଛି, ତେବେ ସେହି ପରିସ୍ଥିତିରେ ସିଧାସଳଖ ବଜେଟ ସହାୟତା ଉପଲବ୍ଧ କରାଯାଏ ।

ABOUT THE AUTHOR

...view details