ଓଡିଶା

odisha

By

Published : Mar 14, 2019, 7:08 PM IST

ETV Bharat / business

ମୁଦ୍ରାସ୍ପୀତି ଚାପରେ ଅଣନିଶ୍ବାସୀ ଦେଶ

ଫେବୃଆରୀରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ବଢିବା ସହ ଉପରମୁହାଁ ରହିଛି ହୋଲସେଲ ଦର ସୂଚକାଙ୍କ (ଡବ୍ଲ୍ୟୁପିଆଇ) ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜନତା କାଟିଲେ ମହଙ୍ଗା ଦିନ । ଦାଉ ସାଜିଛି ଦର ବୃଦ୍ଧି । ଗାଡି ଚଲାଇବାଠୁ ଆରମ୍ଭ କରି ରୋଷେଇଶାଳ ସବୁଠି ମୁଦ୍ରାସ୍ପୀତି ମାଡ । ଫଳରେ ଖାଉଟି ସାଙ୍ଗକୁ ବେପାରୀ ସବୁ ଏବେ ଟେନସନରେ ।

ଫେବୃଆରୀରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ବଢିବା ସହ ଉପରମୁହାଁ ରହିଛି ହୋଲସେଲ ଦର ସୂଚକାଙ୍କ (ଡବ୍ଲ୍ୟୁପିଆଇ) ।

ଚଳିତ ବର୍ଷ ଜାନୁଆରୀରେ ଡବ୍ଲ୍ୟୁପିଆଇ 2.76 ରହିଥିବା ବେଳେ ଫେବୃଆରୀରେ ଏହା ବଢି 2.93 ପ୍ରତିଶତ ରହିଛି । ଗତ ବର୍ଷ ଫେବୃଆରୀରେ ଏହି ହାର 2.76 ପ୍ରତିଶତ ରହିଥିଲା ।

ଡବ୍ଲ୍ୟୁ ପିଆଇ ବୃଦ୍ଧିର ପ୍ରଭାବ ଖାସ କରି ପରିବା ବଜାରରେ ଦେଖିବାକୁ ମିଳିଛି । ଏଥିସହ ଇନ୍ଧନ , ବିଜୁଳି ଓ ରନ୍ଧନ ଗ୍ୟାସ ଦର ଯୋଗୁଁ ବଜାର ବେପାର ବିପଦମୁହାଁ ରହିଛି । ଏପଟେ ଆଗକୁ ନିର୍ବାଚନ । ଏପରି ସ୍ଥିତିରେ ମୁଦ୍ରାସ୍ପୀତି ରେଖାର ଉପରମୁହାଁ ସରକାରଙ୍କ ଚିନ୍ତା ବଢାଇଦେଇଛି ।

For All Latest Updates

ABOUT THE AUTHOR

...view details