ଓଡିଶା

odisha

ETV Bharat / business

Vi ହେଲା ଭୋଡାଆଇଡିଆ ନାଁ: ଜାଣନ୍ତୁ, କେତେ ପ୍ରଭାବିତ ହେବେ ଗ୍ରାହକ

ଯଦି ଆପଣ ଭୋଡାଆଇଡିଆ ଗ୍ରାହକ ଏବଂ ରିବ୍ରାଣ୍ଡିଙ୍ଗ କିପରି ଆପଣଙ୍କର ବର୍ତ୍ତମାନ ମୋବାଇଲ ସଂଯୋଗକୁ ପ୍ରଭାବିତ କରିବ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବାକୁ ପଢନ୍ତୁ ଏହି ରିପୋର୍ଟ ...

By

Published : Sep 8, 2020, 2:24 PM IST

Vi ହେଲା ଭୋଡାଆଇଡିଆ ନାଁ
Vi ହେଲା ଭୋଡାଆଇଡିଆ ନାଁ

ବିଜନେସ ଡେସ୍କ, ଇଟିଭି ଭାରତ: ନୂଆ ଅବତାରରେ ଭାରତର ପ୍ରମୁଖ ଟେଲିକମ ସେବା ପ୍ରଦାନକାରୀ ଭୋଡାଫୋନ ଆଇଡିଆ । ଏବେ କମ୍ପାନୀ "Vi" ନାଁରେ ଜଣାଯିବ । 2018 ଅଗଷ୍ଟରେ ମିଶ୍ରଣ ହୋଇଥିବା ଏହି 2 ବ୍ରାଣ୍ଡର ରିବ୍ରାଣ୍ଡିଙ୍ଗ କରିଛି କମ୍ପାନୀ । ସୋମବାର ଭୋଡା ଆଇଡିଆ ବିଲୟକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ଏହାକୁ "Vi" ନାଁରେ ଲଞ୍ଚ କରିଛି ।

ଏକ ନୂଆ ନାଁ ସହ ଭୋଡାଫୋନ ଆଇଡିଆ ଏକ ନୂଆ ଲୋଗୋ ମଧ୍ୟ ଲଞ୍ଚ କରିଛି । ଯାହାକି ଦେଶର ଟେଲିକମ କମ୍ପାନୀଙ୍କ ପାଇଁ ଏକ ନୂଆ ବ୍ରାଣ୍ଡ ପରିଚିତ କରିବାରେ ସାହାଯ୍ୟ କରିବ ।

ଭୋଡାଫୋନ ଆଇଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରବିନ୍ଦ୍ର.. କହିଛନ୍ତି କି, ‘’ ଆଜି ମୁଁ ଏଭଳି ଏକ ବ୍ରାଣ୍ଡ ଉପସ୍ଥାପନ କରୁଛି , ଯାହା ଆମର ଗ୍ରାହକଙ୍କ ଜୀବନରେ ବହୁତ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ । ଭୋଡାଫୋନ ଓ ଆଇଡିଆର ମିଶ୍ରଣ 2 ବର୍ଷ ତଳେ ହୋଇଥିଲା । ସେତେବେଳେ ଦେଶରେ 2 ବଡ ନେଟୱର୍କ ଥିଲା । ’’

ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (TRAI) ର ତଥ୍ୟ ଅନୁଯାୟୀ, 2020 ମେ ମାସ ଶେଷରେ ଭାରତରେ ଭୋଡାଫୋନ ଆଇଡିଆର ମୋଟ ୱାଇରଲେସ ଗ୍ରାହକ ବେସ 30.9 କୋଟି ଥିଲା। ଯଦି ଆପଣ ଏହି ଗ୍ରାହକଙ୍କ ମଧ୍ୟରୁ ଜଣେ ଏବଂ ରିବ୍ରାଣ୍ଡିଙ୍ଗ କିପରି ଆପଣଙ୍କର ବର୍ତ୍ତମାନ ମୋବାଇଲ ସଂଯୋଗକୁ ପ୍ରଭାବିତ କରିବ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଆପଣଙ୍କର କିଛି ପ୍ରଶ୍ନର ଉତ୍ତର ପାଇବାକୁ ପଢନ୍ତୁ ...

କଣ ଆପଣଙ୍କ ମୋବାଇଲ ନମ୍ବର ବଦଳିବ ?

କମ୍ପାନୀ କହିଛି ଯେ ଗ୍ରାହକମାନେ ସେମାନଙ୍କର କରେଣ୍ଟ ବା ବର୍ତ୍ତମାନ ନମ୍ବରର ବ୍ୟବହାର ଜାରି ରଖିପାରିବେ । ଏଥିସହ ବାହ୍ୟ ଶୁଳ୍କ ଯୋଜନା ଏବଂ ସେବା ପୂର୍ବ ପରି ଜାରି ରହିବ ।

କଣ ଆପଣଙ୍କୁ ନୂଆ ସିମ ନେବା ଆବଶ୍ୟକ ରହିଛି ?

ଆପଣଙ୍କ ବର୍ତ୍ତମାନ ସିମ କାମ କରିବା ଜାରି ରହିବ । ହେଲେ ଯଦି ଆପଣ ଏହାକୁ ବଦଳାଇବାକୁ ଚାହାଁନ୍ତି, ଯାହାକି ବୈକଳ୍ପିକ, ତେବେ ନୂଆ ସିମ ଏକ ନୂଆ ଡିଜାଇନ ଓ ନୂଆ ଲୋଗୋ ସହ ମିଳିବ ।

କଣ ଆପଣଙ୍କ କୌଣସି ବର୍ତ୍ତମାନର ସେବା ପ୍ରଭାବିତ ହେବ ?

କମ୍ପାନୀ ନିଜ ୱେବସାଇଟରେ କହିଛି କି ରିବ୍ରାଣ୍ଡିଙ୍ଗ , ଆପଣଙ୍କ ବର୍ତ୍ତମାନ ସେବା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଗ୍ରାହକ ପୂର୍ବ ଭଳି ଲାଭର ଆନନ୍ଦ ନେଇପାରିବେ ।

କଣ ମୋର ଭୋଡାଫୋନ ଆପ ଚାଲୁ ରହିବ ?

କମ୍ପାନୀ ଏବେ ନିଜ ଗ୍ରାହକଙ୍କୁ Vi ଆପ ସ୍ବିଚ କରିବା ଓ ନୂଆ ଅଫର ପାଇବା ପାଇଁ କହୁଛି । ପୁରୁଣା ଭୋଡାଫୋନ ଆପକୁ ଭାରତରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋର ଉଭୟରେ Vi ଆପ ଦ୍ବାରା ବଦଳାଯିବ ।

ନୂଆ Vi ଆପ ଦ୍ବାରା ଗ୍ରାହକ କଣ କରିପାରିବେ ?

ଗ୍ରାହକ ନୂଆ Vi ଆପରେ ରିଚାର୍ଜ, ବିଲ ପେମେଣ୍ଟ ଯାଞ୍ଚ ବିବରଣୀ ଓ ପେମେଣ୍ଟ ହିଷ୍ଟ୍ରି ଦେଖିପାରିବେ । ଏଥିସହ ଡାଟା / କଲ୍ / ଭଏସ୍ ବ୍ୟବହାର ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଖିପାରିବେ । ଏତଦବାଦ ହାପି ସରପ୍ରାଇଜ ନାମକ ଏକ ପ୍ରୋତ୍ସାହନମୂଳକ ଅଫରର ଅଂଶ ଭାବରେ ଗ୍ରାହକମାନେ ଗୋ ପ୍ରୋ ଡିଭାଇସ୍, ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଏବଂ ଅନ୍ୟାନ୍ୟ ଉପହାର ଜିତିପାରିବେ ।

କଣ କମ୍ପାନୀର ଅଫିସିଆଲ ୱେବସାଇଟ ବଦଳିଯାଇଛି ?

ହଁ , କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ୱେବସାଇଟ ଆରମ୍ଭ କରିଛି । www.myvi.in ପୁରୁଣା ୱେବସାଇଟ ଏଭେ ବି ଲାଇଭ ରହିଛି । ହେଲେ ସେବା ଅନୁରୋଧକୁ ନଜରରେ ରଖି ଗ୍ରାହକଙ୍କୁ ନୂଆ ପୋର୍ଟାଲରେ ଆଡକୁ ଆକର୍ଷିତ କରାଯାଉଛି ।

ଭୋଡାଫୋନ ଷ୍ଟୋର୍ସ ବିଷୟରେ କଣ ରହିଛି ?

ଭୋଡାଫୋନ ଷ୍ଟୋର୍ସ ଓ ଭୋଡାଫୋନ ମିନି ଷ୍ଟୋର ମଧ୍ୟ ଏବେ Vi ଷ୍ଟୋର୍ସ ଭାବେ ରିବ୍ରାଣ୍ଡିଂ କରାଯାଇଛି । ଯଦି ଆପଣ ଏକ ନୂଆ ଲୋକଙ୍କ ସହ ଏକ ନୂଆ ସାଇନବୋର୍ଡ ଦେଖୁଛନ୍ତି , ତେବେ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ | ସେମାନେ ପୂର୍ବ ପରି ସବୁ ଭୋଡାଫୋନ ଆଇଡିଆ ଗ୍ରାହକଙ୍କୁ ସେବା ଜାରି ରଖିବେ ।

ABOUT THE AUTHOR

...view details