ଓଡିଶା

odisha

By

Published : Aug 28, 2020, 7:05 PM IST

ETV Bharat / business

ଲଣ୍ଡନକୁ ପ୍ରଥମ ଥର ଦିଲ୍ଲୀରୁ ଉଡିଲା ଭିସ୍ତାରା

ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ଟ୍ରାନ୍ସପୋର୍ଟ ବବଲ ଅଧିନରେ ଅଗଷ୍ଟ 28ରୁ ଅକ୍ଟୋବର 24 ପର୍ଯ୍ୟନ୍ତ ଭିସ୍ତାରା ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ସ୍ବତନ୍ତ୍ର ନନ ଷ୍ଟପ ବିମାନ ପରିଚାଳନା କରିବ । ସପ୍ତାହରେ 3 ଦିନ ହେବ ଅପରେଟିଂ । ଅଧିକ ପଢନ୍ତୁ..

ଲଣ୍ଡନକୁ ପ୍ରଥମ ଥର ଉଡିଲା ଭିସ୍ତାରା
ଲଣ୍ଡନକୁ ପ୍ରଥମ ଥର ଉଡିଲା ଭିସ୍ତାରା

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ବିମାନ ସେବା କମ୍ପାନୀ ଭିସ୍ତାରା ପ୍ରଥମ ଥର ଦିଲ୍ଲୀରୁ ଲଣ୍ଡନ ନନ ଷ୍ଟପ ଉଡାଣ ସେବା ଆରମ୍ଭ କରିଛି । ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଏହି ମିଳିତ ଉଦ୍ୟୋଗ କମ୍ପାନୀ ବୋଇଂ 787-9 ଡ୍ରିମଲାଇନର ସହିତ ଶୁକ୍ରବାର ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛି। ଏହି ବିମାନଟି ଭାରତୀୟ ସମୟ ସକାଳ 2.15 ରେ ଦିଲ୍ଲୀରୁ ଉଡି ବ୍ରିଟେନର ସମୟ ଅନୁଯାୟୀ ସକାଳ 6.55 ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା।

ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ଟ୍ରାନ୍ସପୋର୍ଟ ବବଲ ଅଧିନରେ ଅଗଷ୍ଟ 28ରୁ ଅକ୍ଟୋବର 24 ପର୍ଯ୍ୟନ୍ତ ଭିସ୍ତାରା ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ସ୍ବତନ୍ତ୍ର ନନ ଷ୍ଟପ ବିମାନ ପରିଚାଳନା କରିବ । ସପ୍ତାହରେ 3 ଦିନ ଭିସ୍ତାରା ଏହି 2 ସହର ମଧ୍ୟରେ ଉଡାଣ ଭରିବ ।

କମ୍ପାନୀର ସିଇଓ Leslie Thng କହିଛନ୍ତି ଯେ ଯଦିଓ ଏହା ନିୟମିତ ନିର୍ଦ୍ଧାରିତ ବିମାନ ନୁହେଁ କିନ୍ତୁ ଆମେ ଏହାକୁ ନେଇ ବହୁତ ଉତ୍ସାହିତ। ଏହା ଅନେକ ଉପାୟରେ ଭିସ୍ତାରା ପାଇଁ ଅଭିବୃଦ୍ଧିର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବ । ଏହା ମଧ୍ୟ ଆମକୁ ଭାରତର ସର୍ବୋତ୍ତମ ତଥା ଏକମାତ୍ର ପାଞ୍ଚ ତାରକା ବିମାନକୁ ଲଣ୍ଡନରେ ପରିଚିତ କରାଇବାର ସୁଯୋଗ ଦେଇଛି ।

ABOUT THE AUTHOR

...view details