ଓଡିଶା

odisha

ETV Bharat / business

ହତାସିଆ ମାଲ୍ୟାର ବୁକୁଫଟା ଚିତ୍କାର, ମୋଦି ଓ ମିଡିଆକୁ କରୁଛି ଟାର୍ଗେଟ - attack

ପଳାତକ ବିଜୟ ମାଲ୍ୟା ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି। ଟ୍ବିଟ କରି ନିନ୍ଦୁଛି ସରକାରଙ୍କୁ। ପ୍ରତ୍ୟାପଣ ଆବେଦନ ଖାରଜ ପରେ ଏବେ ରାଗର ରକ୍ତ ଚାଉଳ ଚୋବାଉଛି ପଳାତକ ବିଜୟ ମାଲ୍ୟା।

ଫାଇଲ ଫଟୋ

By

Published : Apr 18, 2019, 1:59 PM IST

ନୂଆଦିଲ୍ଲୀ: ଭାରତ ପ୍ରତ୍ୟାପଣ ଆବେଦନ ଖାରଜ ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପଳାତକ ବିଜୟ ମାଲ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଚାଲିଛି ସିଧାସଳଖ ଟାର୍ଗେଟ। ଦେଶକୁ ପୁଣି ଥରେ ନ ଫେରିବାର ଯୋଜନା ସବୁ ପଣ୍ଡ ହେଉଥିବା ଦେଖି ମାଲ୍ୟା ଲଗାତାର ଟ୍ବିଟ କରି ନିଜ ରୋଷ ବାହାର କରୁଛି।

‘ସରକାରୀ ଓ ଘରୋଇ ବ୍ୟାଙ୍କଠାରୁ ମୁଁ ଯେତେ ଟଙ୍କା ନେଇଥିଲି , ତା ଠାରୁ ବହୁ ଅଧିକ ସରକାର ମୋଠାରୁ ନେଲେଣି । ଏ ନେଇ ଆଉ କେହି ନୁହେଁ ଖୋଦ ନରେନ୍ଦ୍ର ମୋଦି ଏକ ସାକ୍ଷାତକାରରେ କହିଥିଲେ । ହେଲେ ଏବେ ସେହି ସବୁ ବ୍ୟାଙ୍କଗୁଡିକ କୋର୍ଟରେ ନିଜ ବୟାନ ବଦଳାଉଛନ୍ତି । ତେବେ ଏପରି ସମୟରେ କାହାକୁ ବିଶ୍ବସ କରାଯିବ । କିଏ ମୁଛ କହୁଛି ?’ ଗୁରୁବାର ମାଲ୍ୟା ମୋଦିଙ୍କୁ ଟାର୍ଗେଟ କରି ଏଭଳି ଲେଖି ପୋଷ୍ଟ କରିଛନ୍ତି।

ମୋଦିଙ୍କୁ ଟାର୍ଗେଟ କରିବା ସହ ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ସମବେଦନା ଜଣାଇ ସରକାରଙ୍କୁ ନିନ୍ଦିଛନ୍ତି। ଭାରତ ସରକାର ସର୍ବଦା ଘରୋଇ ବିମାନ କମ୍ପାନୀଙ୍କ ସହ ପାତରଅନ୍ତର କରିଛନ୍ତି। ସରକାରୀ ବିମାନ କମ୍ପାନୀ ଜେଟ ଏୟାର ଇଣ୍ଡିଆର ଆର୍ଥିକ ମଜବୁତୀ ପାଇଁ ସରକାର ଯଥେଷ୍ଟ ସହାୟତା କରିଛନ୍ତି। ହେଲେ କିଙ୍ଗଫିସର ଓ ଜେଟ ଏୟାରୱେଜକୁ ସହୟତାର ହାତ ବଢାଇନଥିବାରୁ ଆଜି ଦେଶର ନାମୀଦାମୀ ବିମାନ କମ୍ପାନୀ ବନ୍ଦ ହେବାକୁ ଲାଗିଛି ।

ଆଉ ଏସବୁ ମଧ୍ୟରେ ସେ ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଛନ୍ତି। ଟଙ୍କା ଫେରାଇବା ଡରରେ ମାଲ୍ୟା ଭାରତ ପ୍ରତ୍ୟାପଣକୁ ବିରୋଧ କରୁଛନ୍ତି। ହେଲେ ମୁଁ ଲଣ୍ଡନରେ ରୁହେ କି ଭାରତର କୌଣସି ଜେଲରେ। ଏବେ ବି ମୁଁ ଟଙ୍କା ଫେରାଇବାକୁ ପ୍ରସ୍ତୁତ ରହିଛି। କିନ୍ତୁ ବ୍ୟାଙ୍କଗୁଡିକ କାହିଁକି ଏ ନେଇ ପ୍ରସ୍ତୁତ ହେଉନାହାନ୍ତି ବୋଲି ଟ୍ବିଟ କରି ମାଲ୍ୟା ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉ ଯେ, ମଦ କାରବାରୀ ତଥା ପଳାତକ ବିଜୟମାଲ୍ୟା , ଭାରତୀୟ ବ୍ୟାଙ୍କ ଠାରୁ 9 ହଜାର କୋଟି ଟଙ୍କା ଋଣ ନେଇ ଦେଶ ଛାଡି ପଳାଇଛନ୍ତି। ଏଥିସହ ଭାରତ ପ୍ରତ୍ୟାପଣକୁ ବିରୋଧ କରି ବିଭିନ୍ନ ପ୍ଲାନଂ ଓ ପ୍ଲଟି କରିଲାଗିଛନ୍ତି। ଭାରତ ପେରିବାରୁ ନେଇ ବ୍ରିଟେନ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ମଧ୍ୟ ମାଲ୍ୟା ବ୍ରିଟେନ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାକୁ ଗତ ବୁଧବାର କୋର୍ଟ ଖାରଜ କରିଦେଇଥିଲେ । ଏହା ପରେ ଭାରତ ନ ଫେରିବାକୁ ଅନ୍ୟ ରାସ୍ତା ନ ପାଇଁ ଲଗାତାର ଟ୍ବିଟ ବର୍ଷା କରି ଭାରତ ସରକାରଙ୍କୁ ଆକ୍ରଣ କରିଲାଗିଛନ୍ତି ।

For All Latest Updates

ABOUT THE AUTHOR

...view details