ଓଡିଶା

odisha

ETV Bharat / business

ଭାରତ ଷ୍ଟାର୍ଟଅପକୁ 1.5 ଲକ୍ଷ କୋଟି ଋଣ ଦେଲା ଆମେରିକୀୟ ସଂସ୍ଥା

ଆମେରିକୀୟ ଆର୍ଥିକ ସଙ୍ଗଠନ ଏକ ଭାରତୀୟ ଶିକ୍ଷା ଷ୍ଟାର୍ଟଅପକୁ 1.5 କୋଟି ଡଲାର ଋଣ ଦେବାକୁ ରାଜି ହୋଇଛି। ଅଧିକ ପଢନ୍ତୁ...

us financial institution
ଭାରତ ଷ୍ଟାର୍ଟଅପକୁ 1.5 ଲକ୍ଷ କୋଟି ଋଣ ଦେଲା ଆମେରିକୀୟ ସଂସ୍ଥା

By

Published : May 5, 2020, 8:04 PM IST

ୱାସିଂଟନ: ଏକ ଆମେରିକୀୟ ଆର୍ଥିକ ସଙ୍ଗଠନ ଏକ ଭାରତୀୟ ଶିକ୍ଷା ଷ୍ଟାର୍ଟଅପକୁ 1.5 କୋଟି ଡଲାର ଋଣ ଦେବାକୁ ରାଜି ହୋଇଛି । ଏହି ଟଙ୍କାକୁ ଭାରତରେ ସ୍ବଳ୍ପ ଆୟ ବର୍ଗର ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟ ସହାୟତା ପାଇଁ ଖର୍ଚ୍ଚ କରାଯିବ । ଯେପରି ଅଧିକରୁ ଅଧିକ ପିଲା ଭଲ ଶିକ୍ଷା ପାଇପାରିବେ ।

ୟୁଏସ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ଏକ ବିବୃତ୍ତିରେ କହିଛି ଯେ, ଏହି ଅର୍ଥ ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟଅପ ‘ୱର୍ଥନା’କୁ ଦୀର୍ଘକାଳୀନ ପୁଞ୍ଜି ଏକତ୍ର ପାଇଁ ସାହାଯ୍ୟ କରିବ । ଏ ନେଇ ଡିଏଫସି କହିଛି ଯେ, ଏହି ପାଣ୍ଠି ବିଶେଷ ରୂପରେ ଗୁରୁତ୍ବପୂର୍ଣ୍ଣ । କାରଣ କୋରୋନା ଭାଇରସ ସଙ୍କଟ ଯୋଗୁଁ ଉତ୍ପନ୍ନ ବ୍ୟବଧାନର ମୁକାବିଲା ପାଇଁ ଏହା ବିଦ୍ୟାଳକୁ ସହଯୋଗ କରିବ ।

ବିବୃତ୍ତିରେ କୁହାଯାଇଛି କି ଋଣ ବ୍ୟତିତ ଏହି ସ୍କୁଲକୁ ଡିଜିଟାଲ ଶିକ୍ଷଣ ଉପକରଣ ଓ ଶିକ୍ଷଣ ବିଧିକୁ ଲାଗୁ କରିବା ପାଇଁ ମଧ୍ୟ ସହାୟତା କରାଯିବ । ଯେପରି ମହାମାରୀ ପରେ ବି ପିଲାମାନେ ଘରେ ବସି ଅନଲାଇନରେ ପାଠ ପଢିବା ଜାରି ରଖିପାରିବେ ।

ABOUT THE AUTHOR

...view details