ଓଡିଶା

odisha

ETV Bharat / business

ଦ୍ବନ୍ଦ୍ବରେ ବ୍ୟାପର ବୁଝାମଣା: ବେପରୁଆ ଟ୍ରମ୍ପ, ଟେନସନରେ ଡ୍ରାଗନ

ସାଙ୍ଘାତିକ ମୋଡରେ ଆମେରିକା-ଚୀନ ଟ୍ରେଡୱାର । ଦୀର୍ଘଦିନ ପରେ ବି ସୁଧୁରୁନି ସ୍ଥିତି । ସେପ୍ଟମ୍ବରରେ ବୁଝାମଣା ବୈଠକ ହେବ କି ନାହିଁ ସେ ନେଇ ବି କୌଣସି ସଠିକ ତଥ୍ୟ ଦେଇନାହାନ୍ତି ଟ୍ରମ୍ପ ।

By

Published : Aug 10, 2019, 5:50 PM IST

ଡିଜାଇନ ଫଟୋ


ନୂଆଦିଲ୍ଲୀ: ଅନିଶ୍ଚିତତାରେ ଆମେରିକା ଓ ଚୀନ ବ୍ୟାପର ସମ୍ପର୍କ । ଏହି 2 ମହାଶକ୍ତି ଭିତରେ ବ୍ୟାପର ବୁଝାମଣା ସେପ୍ଟମ୍ବରରେ ବି ହୋଇନପାରେ । ଏପରି ସନ୍ଦେହଜନକ ସଙ୍କେତ ଦେଇ ନିଜେ ଟ୍ରମ୍ପ ହିଁ ଚୀନ ସହ ଚାଲିଥିବା ଟ୍ରେଡୱାରରୁ ଜଟିଳ କରିଦେଇଛନ୍ତି । ଏହା ଦ୍ବାରା କେବଳ ଡ୍ରାଗନ ନୁହେଁ ପୂରା ବିଶ୍ବ ଏବେ ଦ୍ବନ୍ଦ୍ବରେ ।

ଶୁକ୍ରବାର ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟହାଉସରେ ଗଣମାଧ୍ୟମକୁ କହିଛନ୍ତି ଯେ, ‘ ଆମେ ଦେଖିବୁ କି ସେପ୍ଟେମ୍ବରରେ ଚୀନ ସହ ବୈଠକ କରିବୁ କି ନାହିଁ । ଯଦି କରିବୁ ତେବେ ଠିକ, ଆଉ ନ କଲେ ବି ଠିକ । ’


ତେବେ ଏହି ବୈଠକ ଯଦି ନ ହୁଏ , ତାହାହେଲେ ଟ୍ରମ୍ପ ପ୍ରଶାସନ ଚୀନର ଆହୁରୀ 300 ଅରବ ଡଲାର ଉତ୍ପାଦ ଉପରେ 10 ପ୍ରତିଶତ ଶୁଳ୍କ ଲଦିବା ସମ୍ଭାବନା ରହିଛି । ଏ ନେଇ ଆମେରିକା ପୂର୍ବରୁ ଘୋଷଣା ମଧ୍ୟ କରିଥିଲା । ଟ୍ରମ୍ପ କହିଛନ୍ତି ଯେ, ଆମେ ଚୀନ ସହ କଥାବାର୍ତ୍ତା ହେଉଛୁ । ଚୀନ ସହ ବୁଝାମଣା ନେଇ ଆମେ ପ୍ରସ୍ତୁତ ନାହୁଁ । କିନ୍ତୁ ଦେଖିବା ଆଗକୁ କଣ ହେବ ।

ଏପଟେ ଟ୍ରମ୍ପଙ୍କ ଠାରୁ ଶୁଲ୍କ ଲାଗୁ ନେଇ ପୁଣି ଧମକ ମିଳିବା ପରରେ ଚୀନ ମୁଦ୍ରା ସର୍ବନିମ୍ନ ସ୍ତରକୁ ଖସିଛି । ଯାହାକି 2008 ଆର୍ଥିକ ସଙ୍କଟ ପରେ ରେକର୍ଡ ସର୍ବନିମ୍ନ ।

ABOUT THE AUTHOR

...view details