ନ୍ୟୁୟର୍କ:ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ପାଖେଇ ଆସୁଥିବା ବେଳେ ଆମେରିକା ଓ ଚୀନ ବିବାଦ ଅଗକୁ ବଢିପାରେ । ଯାହା ଦ୍ବାରା ବୈଶ୍ବିକ ବ୍ୟାପର ସ୍ଥିତି ବିଗିଡିବ । ଆଉ ଏହି ସ୍ଥିତି ଭାରତ ଓ ବ୍ରାଜିଲ ଭଳି ଉଦୀୟମାନ ବଜାର ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏ ନେଇ କହିଛନ୍ତି ।
ବିଶ୍ବର ଦୁଇ ପ୍ରମୁଖ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମଧ୍ୟରେ ବିବାଦ ପରିସ୍ଥିତି କୋଭିଡ -19 ମଧ୍ୟରେ ଖୋଲିବାକୁ ଯାଉଥିବା ଭାରତ ଏବଂ ବ୍ରାଜିଲ ପରି ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିସହ ରାଜନ ଚେତାବନୀ ଦେଇଛନ୍ତି କି, ଅର୍ଥନୀତିରେ ଏଭଳି ଅନେକ କମ୍ପାନୀ ରହିଛି ଯାହା କ୍ଷୟ ହୋଇଯିବ । ତେବେ ମହାମାରୀ ପରେ ପୁନରୁଦ୍ଧାର ପ୍ରକ୍ରିୟା ସହିତ ଆମକୁ ସ୍ଥିତି ଠିକ କରିବାକୁ ପଡିବ ।
ଗୁରୁବାର Pan IIT ୟୁଏସ ଭର୍ଚୁଆଲ କନଫରେନ୍ସକୁ ସମ୍ବୋଧନ କରି ରାଜନ କହିଛନ୍ତି କି, ଆମେରିକା ଏବଂ ୟୁରୋପର ବହୁ କମ୍ପାନୀ ହୋଇଯାଇଥିବେ । ସେହି ସମୟରେ ଆମେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ସମ୍ବଳ ବଣ୍ଟନ, ପୁଞ୍ଜି ସରଞ୍ଚନାରୁ ଗଠନର ପ୍ରୟାସ କରିବା ।