ଓଡିଶା

odisha

ETV Bharat / business

ବ୍ୟାଙ୍କମାନଙ୍କୁ ବଳ ଦେଲା ନିର୍ମଳାଙ୍କ ବଜେଟ, ଗ୍ରାହକ ଖୁସ୍

ବ୍ୟାଙ୍କମାନଙ୍କୁ ବଳ ଦେଇଛି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ । ଏନପିଏ ଭାରରେ ବୁଡିଥିବା ବ୍ୟାଙ୍କର ଅଣ୍ଟା ସଳଖିବାକୁ ଟଙ୍କା ଯୋଗାଇବେ ସରକାର । ଏଥିସହ ଋଣ ପ୍ରଣାଳୀରେ ସଂସ୍କାର ଆଣି ଗ୍ରାହକଙ୍କୁ ସୁଧ ରିହାତି ଭେଟିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

By

Published : Jul 6, 2019, 3:39 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଗତ ହୋଇଛି ମୋଦି ସରକାରଙ୍କ 2.0 ର ପ୍ରଥମ ବଜେଟ । ଏହି ବଜେଟରେ ମଧ୍ୟବିତ୍ତଙ୍କ ଠୁ ଗରିବ, ବ୍ୟାଙ୍କରୁ ଆର୍ଥିକ ସଂସ୍ଥା ସବୁର ସୁଦୃଢିକରଣ ଉପରେ ନିର୍ମଳାଙ୍କ ନଜର ରହିଛି । ଦେଶ ରାଜକୋଷର ମେରୁଦଣ୍ଡ ବୋଲାଉଥିବା ବ୍ୟାଙ୍କ ସ୍ଥିତିକୁ ମଜବୁତ କରିବାକୁ ହାତ ଖୋଲିଦେଛନ୍ତି ସରକାର । ଗ୍ରାହକ ଯେପରି ସହଜ, ସରଳ ଓ କମ ସୁଧରେ ଋଣ ପାଇପାରିବେ ସେଥିପାଇଁ ବ୍ୟାଙ୍କମାନଙ୍କୁ କୋଟି କୋଟି ଟଙ୍କା ଯୋଗାଉଛନ୍ତି ସରକାର ।

ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକସୀଙ୍କ ଭଳି ବଡ ବଡ ବ୍ୟବସାୟୀ ଦେଶର ବହୁ ରାଷ୍ଟ୍ରାୟତ ବ୍ୟାଙ୍କରୁ ହଜାର ହଜାର କୋଟି ନେଲାପରେ ବଢିଛି ବ୍ୟାଙ୍କର ଏନପିଏ ବୋଝ । ତେବେ ଚୋର ଗଲାପରେ ବୁଦ୍ଧି ଆସେ ନ୍ୟାୟରେ ଏ ନେଇ ସରକାର ସଜାଗ ହୋଇ ବକେୟା ଟଙ୍କାକୁ ଫେରସ୍ତ ପାଇଁ ଜୋରସୋରରେ କରସତ କରୁଛନ୍ତି । ଦିନରାତି ଏକ କରି ପଳାତକଙ୍କୁ ଦେଶକୁ ଆଣିବାକୁ ପ୍ରଚେଷ୍ଟା କରୁଛନ୍ତି । ତେବେ ସରକାରଙ୍କ ଏହି ଲୋକାଭିମୁଖୀ ଗ୍ରେଡ୍ ପାଇଥିବା ବଜେଟରେ କଣ ରହିଛି ବ୍ୟାଙ୍କ ଲାଗି, ଜାଣନ୍ତୁ...

ବ୍ୟାଙ୍କମାନଙ୍କୁ ବଳ

  • ଗତ 4 ବର୍ଷରେ ବକେୟା ପଡିଥିବା 4 ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଋଣ ଆଦାୟ ହୋଇପାରିଛି
  • ଫଳରେ ଗତ ବର୍ଷ ବାଣିଜ୍ୟିକ ବ୍ୟାଙ୍କଗୁଡିକର ଏନପିଏ 1 ପ୍ରତିଶତ ହ୍ରାସ ପାଇଛି
  • ଏପଟେ ଋଣ ପରିମାଣ ବଢାଇବାକୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ 70 ହଜାର କୋଟି ଯୋଗାଇ ଦିଆଯିବ
  • ରାଷ୍ଟ୍ରୀୟ ହାଉସିଂ ବ୍ୟାଙ୍କଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଅଧିନକୁ ଫେରିବ
  • ଭାରତ ଟଙ୍କା ପାଇଁ ବିଦେଶୀ ବଜାରରୁ ଟଙ୍କା ଆଣିବ
  • ଏଥିସହ ଗ୍ରାହକଙ୍କ ସୁବିଧା ଅନୁଯାୟୀ ନୂଆ ସିରିଜର କଏନ ସହ ନୂଆ 20 ଟଙ୍କିଆ କଏନ ଆସିବ

ପରମ୍ପରାରୁ ଭାଙ୍ଗି ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବ୍ରିଫକେଶ୍ ନୁହେଁ ଖୋଲିଛନ୍ତି ବହି ଖାତା ବେଜେଟ । ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହନ ଦେଇ ଇଂରେଜ ରୀତିନୀତିକୁ ବିଦାୟ ଦେଇଛନ୍ତି ନିର୍ମଳା ।

For All Latest Updates

ABOUT THE AUTHOR

...view details