ଓଡିଶା

odisha

ETV Bharat / business

ଆମେରିକାରେ ରେକର୍ଡ ଭାଙ୍ଗିଲା ବେକାରୀ ସଂଖ୍ୟା

ନିର୍ବାଚନ ପାଖେଇ ଆସୁଥିବାବେଳେ ଟ୍ରମ୍ପଙ୍କ ସମସ୍ୟା ବଢାଇଛି ବେକାରୀ ଚ୍ୟାଲେଞ୍ଜ । ଲକ୍ଷାଧିକ ଲୋକ ଜୀବିକା ହରାଇଥିବାରୁ ଆମେରିକାରେ ବେକାରୀ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି । ଅଧିକ ପଢନ୍ତୁ..

ଆମେରିକାରେ ରେକର୍ଡ ଭାଙ୍ଗିଲା ବେକାରୀ ସଂଖ୍ୟା
ଆମେରିକାରେ ରେକର୍ଡ ଭାଙ୍ଗିଲା ବେକାରୀ ସଂଖ୍ୟା

By

Published : Aug 22, 2020, 3:24 PM IST

ବେଜିଂ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସମଗ୍ର ବିଶ୍ବରେ ଘାରିଛି ବେକାରୀ ସଙ୍କଟ । ଆର୍ଥିକ ଗତିବିଧି ଧୀମା, କାରବାର ଠପ ମଧ୍ୟରେ କୋଟି କୋଟି ଲୋକ ହରାଉଛନ୍ତି ଜୀବିକା । ବିଶ୍ବର ସବୁଠୁ ଶକ୍ତିଶାଳୀ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକା ମଧ୍ୟ ଏହି ସଙ୍କଟରୁ ବାଦ ପଡିନି ।

କୋଭିଡ-19କୁ ନିୟନ୍ତ୍ରଣ କରିପାରୁନଥିବା ଟ୍ରମ୍ପ ପ୍ରଶାସନ ପାଇଁ ରୋଜଗାର ସମସ୍ୟା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ନଭେମ୍ବର ନିର୍ବାଚନରେ ବିରୋଧୀ ନେତା ଏହାକୁ ଅସ୍ତ୍ର କରିପାରନ୍ତି । ଏଥିମଧ୍ୟରେ ଆମେରିକା କଂଗ୍ରେସ ଏକ ଆର୍ଥିକ ରିଲିଫ ବିଧେୟକ ଉପରେ ଯୁକ୍ତି ବାଢିଛି ।

ଆମେରିକାର ଶ୍ରମ ବିଭାଗର ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି କି କୋରୋନା ମହାମାରୀ ଲକ୍ଷାଧିକ ଲୋକଙ୍କକୁ ବେକାରୀ କରିଛି । ଅଗଷ୍ଟ 15କୁ ସମାପ୍ତ ହେଉଥିବା ସପ୍ତାହରେ 11 ଲକ୍ଷ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି । ଏହି ସଂଖ୍ୟାରେ ପୂର୍ବ ସପ୍ତାହ ( ଅଗଷ୍ଟ 15 ଶେଷ ପୂର୍ବରୁ) ତୁଳନାରେ 1 ଲକ୍ଷ 35 ହଜାର ନୂଆ ଲୋକଙ୍କ ସହ ଯୋଡି ହୋଇଛି ।

ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ନେନ୍ସି ବଣ୍ଡେନା ହାଉଟନଙ୍କ ମୁତାବକ ଲାଭ ଦାବି କରୁଥିବା ଲୋକଙ୍କ ସଂଖ୍ୟା ଅସାଧାରଣ ଭାବେ ବହୁତ ଅଧିକ ରହିଛି । ଏହା ଗ୍ରେଟ ଡିପ୍ରେସନ ଅର୍ଥାନ ମହାମାନ୍ଦାବସ୍ଥାର ଦୁଇଗୁଣା ଠାରୁ ମଧ୍ୟ ବହୁତ ଅଧିକ । ଏଭଳି ସ୍ଥିତିରେ ଶ୍ରମ ବଜାର ସ୍ଥିତି ପୁଣି ସୁଧୁରିବା ପାଇଁ ବହୁତ ସମୟ ଲାଗିପାରେ । ତେବେ ଗତ ସପ୍ତାହ ଆରମ୍ଭରେ ରେକର୍ଡ ବେକାରୀ ସଂଖ୍ୟା ଗତ 21 ସପ୍ତାହରେ ପ୍ରଥମ ଥର 10 ଲକ୍ଷ ତଳକୁ ଖସିଥିଲା । ଶ୍ରମ ବିଭାଗ ଅନୁସାରେ ଗତ ସପ୍ତାହରେ ବେକାରୀ ସଂଖ୍ୟା 9 ଲକ୍ଷ 71 ହଜାର ରହିଥିଲା ।

ସେପଟେ ମାର୍ଚ୍ଚ ମାସରେ କୋଭିଡ-19 ମହାମାରୀର ସବୁଠୁ ଖରାପ ସ୍ଥିତି ମଧ୍ୟରେ ପ୍ରଥମ ଥର ବେକାରୀ ଭତ୍ତା ପାଇଁ ଆବେଦନ କରିଥିବା ସଂଖ୍ୟା 70 ଲକ୍ଷ ଟପିଥିଲା । ମାର୍ଚ୍ଚରେ ଆମେରିକା ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଣାୟତ୍ତ ହୋଇପଡିଥିଲା । କାରଣ କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ହୋଟେଲ, ବାର ଠାରୁ ନେଇ ସ୍କୁଲ, ଜିମ ସବୁ ବନ୍ଦ କରିବାକୁ ପଡିଥିଲା ।

ABOUT THE AUTHOR

...view details