ଓଡିଶା

odisha

ETV Bharat / business

ମିଳିତ ଜାତିସଂଘ ବି କମାଇଲା ଭାରତର ଜିଡିପି ଅନୁମାନ - Global Economic Prospects

ଆରବିଆଇ, ସିଏସଇ ରିପୋର୍ଟ, ବିଶ୍ବ ବ୍ୟାଙ୍କ, ଏସବିଆଇ ପରେ ମିଳିତ ଜାତିସଂଘ ମଧ୍ୟ କମାଇଛି ଭାରତ ଅଭିବୃଦ୍ଧି ହାର। ଯାହାକି ଗ୍ଲୋବାଲ ବଡି ଠାରୁ କମ ରହିଛି।

UN lowers India's growth forecast for FY20 to 5.7%
ମିଳିତ ଜାତିସଂଘ ବି କମାଇଲା ଭାରତର ଜିଡିପି ଅନୁମାନ

By

Published : Jan 17, 2020, 2:04 PM IST


ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର 5.7 ପ୍ରତିଶତ ରହିପାରେ। ଗୁରୁବାର ଏନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ମିଳିତ ଜାତିସଂଘ।

ୟୁଏନର ଏହି ରିପୋର୍ଟ ଗ୍ଲୋବାଲ ବଡିର ପୂର୍ବ ଅନୁମାନ ଠାରୁ କମ। ଏକ ଅଧ୍ୟୟନରେ କୁହାଯାଇଛି ଯେ, ଅନ୍ୟ ବିକାଶଶୀଳ ଦେଶର ଜିଡିପି ଦର ଏଥର ବଢିପାରେ। ଗତ ବର୍ଷ ବିଶ୍ବ ଆର୍ଥିକ ବୃଦ୍ଧି ଦର ସର୍ବନିମ୍ନ 2.3 ପ୍ରତିଶତ ରହିଥିବା ଯୋଗୁଁ ଜାତିସଂଘ ଏଭଳି ମତ ରଖିଛି।

ମିଳିତ ଜାତିସଂଘ ବିଶ୍ବ ଆର୍ଥିକ ସ୍ଥିତି ଓ ସମ୍ଭାବନା (ଡବ୍ଲ୍ୟୁଇଏସପି) 2020 ଅନୁସାରେ 2.5 ପ୍ରତିଶତ ଅଭିବୃଦ୍ଧିର ସମ୍ଭାବନା ରହିଛି। ହେଲେ ବ୍ୟାପାର ବିବାଦ, ଆର୍ଥିକ ଉଠାଣୀ-ଗଡାଣୀ, ରାଜନୈତିକ ଉତ୍ତେଜନା ବୃଦ୍ଧି ଯୋଗୁଁ ବିକାଶ ଦର ଟ୍ରାକରୁ ଖସିପାରେ।

ଭାରତ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷ ଆର୍ଥିକ ବୃଦ୍ଧି ଦର 5.7 ପ୍ରତିଶତ ରହିପାରେ। ଯଦିଓ ଡବ୍ଲ୍ୟୁଇଏସପି 2019ରେ ଏହାରୁ 7.6 ପ୍ରତିଶତ ରହିବ ବୋଲି କହିଥିଲା।

ସେପଟେ ଆସନ୍ତା ଆର୍ଥିକ ବର୍ଷରେ ଆର୍ଥିକ ବୃଦ୍ଧି ଦର 6.6 ପ୍ରତିଶତ ରହିବା ନେଇ ଅନୁମାନ ରହିଛି । ଯେତେବେଳେ କି ପୂର୍ବରୁ ଏହାର 7.4 ପ୍ରତିଶତ ରହିବ ବୋଲି କୁହାଯାଉଥିଲା। ରିପୋର୍ଟ ମୁତାବକ, ଗତ ଆର୍ଥିକ ବର୍ଷ ଭାରତର ଜିଡିପି 6.8 ପ୍ରତିଶତ ରହିଥିଲା।

ABOUT THE AUTHOR

...view details