ଓଡିଶା

odisha

By

Published : Jun 15, 2021, 10:20 PM IST

ETV Bharat / business

IT rules: ଟ୍ବିଟରର ଅନ୍ତରୀଣ ଅନୁପାଳନ ଅଧିକାରୀ ନିଯୁକ୍ତ

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଜାରି ନୂଆ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ସମସ୍ତ ପ୍ରୟାସ କରାଯାଉଛି । ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ସମ୍ପର୍କରେ ମନ୍ତ୍ରଣାଳୟକୁ ସୂଚନା ଦିଆଯାଉଛି ବୋଲି ଟ୍ବିଟର କହିଛି । ଅଧିକ ପଢନ୍ତୁ..

IT rules:  ଟ୍ବିଟରର ଅନ୍ତରୀଣ ଅନୁପାଳନ ଅଧିକାରୀ ନିଯୁକ୍ତ
IT rules: ଟ୍ବିଟରର ଅନ୍ତରୀଣ ଅନୁପାଳନ ଅଧିକାIT rules: ଟ୍ବିଟରର ଅନ୍ତରୀଣ ଅନୁପାଳନ ଅଧିକାରୀ ନିଯୁକ୍ତରୀ ନିଯୁକ୍ତ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ ବିବାଦ ମଧ୍ୟରେ ଅନ୍ତରୀଣ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀ ନିଯୁକ୍ତ କରିଛି ଟ୍ବିଟର। ଖୁବ ଶୀଘ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରାଯିବ ବୋଲି କମ୍ପାନୀ କହିଛି।

ଟ୍ବିଟର ମୁଖପାତ୍ର କହିଛନ୍ତି ଯେ, ନୂତନ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ବିଷୟରେ ଅବଗତ କରାଯାଉଛି।

ଗତ କିଛି ମାସ ମଧ୍ୟରେ ଟ୍ବିଟର ଏବଂ କେନ୍ଦ୍ର ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଲାଗି ରହିଥିଲା। ଏହାପୂର୍ବରୁ, ଆଇଟି ମନ୍ତ୍ରଣାଳୟ ଟ୍ବିଟରକୁ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ପାଳନ କରିବାକୁ କହି ଏକ ଅନ୍ତିମ ନୋଟିସ ଜାରି କରିଥିଲା ।

ବିବାଦ ମଧ୍ୟରେ କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ବରେ ଏକ ସଂସଦୀୟ କମିଟି ଶୁକ୍ରବାର ମାଇକ୍ରୋ ବ୍ଲଗିଂ ସାଇଟର ବରିଷ୍ଠ ଅଧିକାରୀମାନଙ୍କୁ ଡକାଇ, ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ରୋକିବା ପାଇଁ ଏକ ରିପୋର୍ଟ ଦାଖଲ କରିଛି।

ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ସଂସଦର ଷ୍ଟାଣ୍ଡିଂ କମିଟି ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ତଥା ନାଗରିକ ଅଧିକାରର ସୁରକ୍ଷା ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଫେସବୁକ ଏବଂ ଟ୍ବିଟର ସମେତ ଅନେକ କମ୍ପାନୀକୁ ରିପୋର୍ଟ ତଲବ କରିଛି ।

ମାଇକ୍ରୋ ବ୍ଲଗିଂ ସାଇଟର ମୁଖପାତ୍ର କହିଛନ୍ତି କି, ‘‘ ଟ୍ବିଟର ସବୁବେଳେ ଭାରତକୁ ନେଇ ସମ୍ପୁର୍ଣ୍ଣ ଭାବେ ପ୍ରତିବଦ୍ଧ ରହିଛି । ଆଉ ଆଗକୁ ମଧ୍ୟ ଏହା ଜାରି ରହିଛି । ଏହି ପ୍ଲାର୍ଟଫର୍ମରେ ଗୁରୁତ୍ବପୂର୍ଣ୍ଣ ସାର୍ବଜନୀକ ଚର୍ଚ୍ଚାକୁ ସ୍ଥାନ ଦିଆଯାଉଥିବ । ଆମେ ଭାରତ ସରକାରଙ୍କୁ ଆଶ୍ବସ୍ତ କରିଛୁ କି ଟ୍ବିଟର ନୂଆ ଦିଶାନିର୍ଦ୍ଦେଶର ପାଳନ କରିବା ପାଇଁ ସମସ୍ତ ଚେଷ୍ଟା କରୁଛି । ଆମେ ଭାରତ ସରକାରଙ୍କ ସହ ଚର୍ଚ୍ଚା ଜାରି ରଖିବୁ । ’’

ABOUT THE AUTHOR

...view details