ଓଡିଶା

odisha

ETV Bharat / business

ବଢୁଛି ଆମେରିକା-ଚୀନ ବିବାଦ, ଶୁଳ୍କ ବଢାଇବାକୁ ଟ୍ରମ୍ପଙ୍କ ଧମକ - import

କେବଳ 200 ନୁହେଁ ଆହୁରି 325 ଅରବ ଡଲାର ଚୀନ ସାମଗ୍ରୀ ଉପରେ 25 ପ୍ରତିଶତ କର ଲଗାଇବାକୁ ଯୋଜନା କରୁଛି ଆମେରିକା । ଏ ନେଇ ସେ ଆଗୁଆ ଚୀନକୁ ବି ସତର୍କ କରିଛି । ତେବେ ଏନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ ।

ଫାଇଲ ଫଟୋ

By

Published : May 14, 2019, 3:07 PM IST

Updated : May 14, 2019, 7:53 PM IST

ନୂଆଦିଲ୍ଲୀ: ଜଟିଳ ହେଉଛି ଆମେରିକା ଓ ଚୀନ ଟ୍ରେଡ ୱାର । ଚୀନ ପଛରେ ହାତ ଧୋଇ ପଡିଯାଇଛି ଆମେରିକା । ଟାରିଫ ଲଗାଇବାକୁ ନେଇ ଧମକ ଦେଇଚାଲିଛନ୍ତି ଟ୍ରମ୍ପ । 200 ଅରବ ଡଲାର ପରେ ଏବେ ପୁଣି ଆହୁରି 325 ଅରବ ଡଲାର ସାମଗ୍ରୀ ଉପରେ 25 ପ୍ରତିଶତ କର ଲଗାଇବାକୁ ପ୍ଲାନି-ପୋଗ୍ରାମିଂ କରୁଛି ଆମେରିକା । ତେବେ ଏ ନେଇ ଟ୍ରମ୍ପ କୌଣସି ନିର୍ଣ୍ଣୟ ନେଇନଥିବା ନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ

ଟ୍ରମ୍ପଙ୍କୁ ଘାରିଛି ଟିକସ ନିଶା । କେବେ ଚୀନ ତ ପୁଣି କେବେ ଭାରତ । ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ଆଦାୟ କରିବାକୁ ଧମକ ଦେଉଥିଲା ବେଳେ ଚୀନର ହଜାର ହଜାର କୋଟି ସାମଗ୍ରୀରୁ 25 ପ୍ରତିଶତ ଶୁଳ୍କ ଲଗାଇବାକୁ ରୋକଠୋକ ଶୁଣାଇଦେଇଛି । ତେବେ ଚୀନ ଓ ଆମେରିକା ବିବାଦ ଆହୁରି ଗମ୍ଭୀର ହେବାରେ ଲାଗିଛି । 2 ଦେଶ ମଧ୍ୟରେ ବୁଝାମଣା ହେଉନଥିବା ବେଳେ ଟ୍ରମ୍ପ ଚୀନ ଉପରେ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଥୋପିବାରେ ଲାଗିଛନ୍ତି । ଯଦି ଚୀନ ଉପରେ ଆହୁରି ଶୁଳ୍କ ଲଗାଯାଏ ତେବେ ଆମେରିକାକୁ ଅଧିକ ଟିକସ ମିଳିବ । ଏହି ଉଦ୍ଦେଶ୍ୟରେ ଚୀନ ଠାରୁ ମୋଟା ଅଙ୍କରେ ଟିକସ ଆଦାୟ କରିବାକୁ ଟ୍ରମ୍ପ ଯୋଜନା କରୁଛନ୍ତି ।

ତେବେ ଚୀନ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା 60 ଅରବ ଡଲାର ଉତ୍ପାଦ ଉପରୁ 10ରୁ 25 ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ଶୁଣାଇଛି । ଏଥିଯୋଗୁଁ ଆମେରିକା କୃଷକଙ୍କ ଉପରେ ପ୍ରଭାବ ପଡିବ ଜାଣିପାରି ଟ୍ରମ୍ପ ସେମାନଙ୍କୁ ପାଖାପାଖି 15 ଅରବ ଡଲାର ସହାୟତା ଦେବାକୁ ଚିନ୍ତା କରୁଛନ୍ତି ।

Last Updated : May 14, 2019, 7:53 PM IST

ABOUT THE AUTHOR

...view details