ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ପହିଲାରେ ଉପସ୍ଥାପିତ ହେବ ଦେଶର ଆୟବ୍ୟୟ ଅଟକଳ ଚିଠା। ଏଥିପାଇଁ ସମସ୍ତଙ୍କ ନଜରରେ ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବହିଖାତା ବଜେଟ ଉପରେ। ଏପଟେ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପିଏମ ମୋଦି ନିଜେ ବିଭିନ୍ନ ଅର୍ଥଶାସ୍ତ୍ରୀ ଓ ଉଦ୍ୟୋଗ ଜଗତ ସହ ଜଡିତ ଲୋକଙ୍କ ମିଶି ବୈଠକ କରିଛନ୍ତି। ସେହିପରି ଅର୍ଥ ମନ୍ତ୍ରୀ ମଧ୍ୟ ବ୍ୟାଙ୍କିଂ ସେକ୍ଟର ସହ ଆଲୋଚନା କରିଛନ୍ତି। ଏକ ସୁଦୃଢ ଓ ଉପଯୋଗୀ ବଜେଟ ଆଶା ରଖିଛନ୍ତି 130 କୋଟି ଜନତା।
ସମସ୍ତ ପରାମର୍ଶ, ବିଚାର ବିମର୍ଶ ପରେ ପ୍ରସ୍ତୁତ ହେଉଛି ବଜେଟ। ଏହାକୁ ତିଆରି ପାଇଁ କେବଳ ଅର୍ଥମନ୍ତ୍ରୀ ନୁହେଁ ଏହି ଲୋକାଭିମୁଖୀ ଲକ୍ଷ୍ୟକୁ ନେଇ ପ୍ରସ୍ତୁତ ବଜେଟ ପ୍ରକ୍ରିୟା ପଛରେ ରହିଛି 5 ପ୍ରମୁଖ ଅଫିସରଙ୍କ ଯୋଗଦାନ । ଯାହାଙ୍କ ସମ୍ବନ୍ଧରେ ଆପଣ ଜାଣି ନଥାଇପାରନ୍ତି। ଆସନ୍ତୁ ଜାଣିବା ସେହି 5 ଅଫିସରଙ୍କ ସମ୍ପର୍କରେ, ଯେଉଁମାନେ ବଜେଟର ବ୍ୟୟ ବରାଦ ପ୍ଲାନ କରୁଛନ୍ତି।
ଏମାନଙ୍କ କାନ୍ଧରେ ରହିଛି ବଜେଟ ପ୍ରସ୍ତୁତ ଦାୟିତ୍ବ ଅର୍ଥସଚିବ ରାଜୀବ କୁମାର: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀ ରାଜୀବ କୁମାର। ବ୍ୟାଙ୍କିଂ ସଂସ୍କାରକ ଭାବେ ସେ ଜଣାଶୁଣା। ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ପାଇଁ କଡା ନିର୍ଣ୍ଣୟ ନେବାରେ ସେ ମାହିର। ବ୍ୟାଙ୍କ ମିଶ୍ରଣ ହେଉ କି ବ୍ୟାଙ୍କର ଋଣ କ୍ଷମତା ବୃଦ୍ଧି ପାଇଁ ପୁନଃପୁଞ୍ଜିକର, ସବୁ ମାମଲାରେ ମୁଖ୍ୟ ଭୂମିକା ତୁଲାନ୍ତି ସେ। ଏଣୁ ଆଗାମୀ ଦିନରେ ବ୍ୟାଙ୍କ ସେକ୍ଟରକୁ ବଳବାନ କରିବାକୁ ସେ ଯୋଜନା କରିଥାଇ ପାରନ୍ତି ବୋଲି ଅନୁମାନ ରହିଛି।
ଅତୁନ ଚକ୍ରବର୍ତ୍ତୀ :2019 ଜୁଲାଇରେ ଅତୁନ ଚକ୍ରବର୍ତ୍ତୀ ଆର୍ଥିକ ବ୍ୟାପର ସଚିବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେ ଦାୟିତ୍ବ ନେବା ପରେ ଯଦିଓ ଅଭିବୃଦ୍ଧି ହାର 5 ପ୍ରତିଶତକୁ ହ୍ରାସ ପାଇଛି । ହେଲ ଆଗାମୀ ଦିନରେ ଦେଶର ଭିତ୍ତିଭୂମିରେ 1 ଟ୍ରିଲିୟନ ଡଲାର ନିବେଶ କରି ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ସେ ତତ୍ପର। ଭାରତର ବଜେଟ ଘାଟା ଲକ୍ଷକୁ ନିର୍ଦ୍ଧାରିତ କରିବା ପାଇଁ ତାଙ୍କର ଇନପୁଟ(ତଥ୍ୟ ଓ ପରାମର୍ଶ) ମହତ୍ବପୂର୍ଣ୍ଣ।
ଟି.ଭି .ସୋମନାଥନ: ଅନାବଶ୍ୟକ ଖର୍ଚ୍ଚକୁ କାଟି ଚାହିଦା ବୃଦ୍ଧି କରିବା ଦାୟିତ୍ବ କେନ୍ଦ୍ର ବ୍ୟୟ ସଚିବ ଟି.ଭି ସୋମନାଥଙ୍କ କାନ୍ଧରେ ରହିଛି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଏଣୁ ବଜେଟରେ ସରକାର କ’ଣ ଚାହାନ୍ତି? ସେ ନେଇ ଅବଗତ ଅଛନ୍ତି ବ୍ୟୟ ସଚିବ।
ଅଜୟ ଭୂଷଣ ପାଣ୍ଡେ: ଦେଶର ରାଜସ୍ବ ତଥା ଆୟ ବୃଦ୍ଧି ଦାୟିତ୍ବରେ କେନ୍ଦ୍ର ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ରହିଛନ୍ତି । ଯେତେବଳେ କି ରାଜସ୍ବ ଆଦାୟ ହ୍ରାସ ନେଇ ଅନୁମାନ ଲଗାଯାଉଛି। ଏଥିପାଇଁ ସେ ପ୍ରତ୍ୟେକ୍ଷ କରରେ କିଛି ପରିବର୍ତ୍ତନ କରିପାରନ୍ତି।
ତୁହିନ କାନ୍ତ ପାଣ୍ଡେ:ପୁଞ୍ଜି ଏକତ୍ର କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା କମ୍ପାନୀରେ ନିବେଶ କରିବା ନିର୍ଣ୍ଣୟ ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ ନେଇଥାନ୍ତି। ଗତ ବର୍ଷ ଜୁଲାଇରେ ଆଗତ ବଜେଟରେ 1.05 ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସଦ୍ୟ ନିର୍ଣ୍ଣୟ ଏୟାର ଇଣ୍ଡିଆର ଘରୋଇକରଣ।