ଓଡିଶା

odisha

ETV Bharat / business

ଭାରତର ନୂଆ ଏଫଡିଆଇ ନିୟମକୁ ଚୀନର ବିରୋଧ, ଜବାବ ଦେଲେ ବିଶେଷଜ୍ଞ

ଡବ୍ଲୁଟିଓରେ ଏଫଡିଆଇକୁ ନେଇ କୌଣସି ବୁଝାମଣା ହୋଇନାହିଁ । ଏହି ସଙ୍ଗଠନର ନିୟମ ନିବେଶ ସମ୍ଭନ୍ଧୀୟ ବିଷୟରେ ଲାଗୁ ହୋଇନାହିଁ ।ଏଥିଯୋଗୁଁ ନିଜ ଉଦ୍ୟୋଗର ହିତ ଉଦ୍ଦେଶ୍ୟରେ ଭାରତ ପାଖରେ ଏଭଳି ନିର୍ଣ୍ଣୟ ପାଇଁ ଅଧିକାର ରହିଛି । ଅଧିକ ପଢନ୍ତୁ..

By

Published : Apr 21, 2020, 7:19 PM IST

foreign investment
ଭାରତର ନୂଆ ଏଫଡିଆଇ ନିୟମକୁ ଚୀନର ବିରୋଧ, ଜବାବ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତର ସଂଶୋଧିତ ଏଫଡିଆଇ ନୀତିକୁ ନେଇ ଚୀନର ବିରୋଧକୁ ଖାରଜ କଲେ ବିଶେଷଜ୍ଞ । ସେମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ସଙ୍କଟ ସମୟରେ ନିଜ ଉଦ୍ୟୋଗକୁ ବଞ୍ଚାଇବା ଦେଶର ଅଧିକାର ମଧ୍ୟରେ ଆସୁଛି । ଏଣୁ ଭାରତ ବିଶ୍ବ ବାଣିଜ୍ୟ ସଙ୍ଗଠନର ନିୟମକୁ ମଧ୍ୟ ଉଲଙ୍ଘନ କରୁନି ।

ପୂର୍ବରୁ ଭାରତରେ ଚୀନର ଦୂତବାସ ପ୍ରବକ୍ତା କହିଥିଲେ ଯେ, ନୂଆ ନିୟମ ବିଶ୍ବ ବାଣିଜ୍ୟ ସଙ୍ଗଠନର ସିଦ୍ଧାନ୍ତ ଓ ମୁକ୍ତ ବ୍ୟାପରର ବିରୋଧୀ। ସେପଟେ ଜବାହାରଲାଲ ନେହୁର ବିଶ୍ବବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ପ୍ରାଚାର୍ଯ୍ୟ ବିଶ୍ବଜିତ ଧର ମତ ଦେଇଛନ୍ତି କି , ଡବ୍ଲୁଟିଓରେ ଏଫଡିଆଇକୁ ନେଇ କୌଣସି ବୁଝାମଣା ହୋଇନାହିଁ । ଏହି ସଙ୍ଗଠନର ନିୟମ ନିବେଶ ସମ୍ଭନ୍ଧୀୟ ବିଷୟରେ ଲାଗୁ ହୋଇ ନାହିଁ । ଏଥିଯୋଗୁଁ ନିଜ ଉଦ୍ୟୋଗର ହିତ ଉଦ୍ଦେଶ୍ୟରେ ଭାରତ ପାଖରେ ଏଭଳି ନିର୍ଣ୍ଣୟ ପାଇଁ ଅଧିକାର ରହିଛି ।

ବିଶ୍ବଜିତ କହିଛନ୍ତି ଯେ ନିବେଶକଙ୍କ ବିଷୟରେ ଡବ୍ଲୁଟିଓରେ ଯେଉଁ ସବୁ ବ୍ୟବସ୍ଥା ରହିଛି, ସେସବୁ ରପ୍ତାନୀ ଓ ଆମଦାନୀ ସହ ଜଡିତ ରହିଛି । ସେହିଭଳି ଭାରତୀୟ ବୈଦେଶୀକ ବ୍ୟାପାର ସଂସ୍ଥାନ(ଆଇଆଇଏଫଟି )ପ୍ରଫେସର ରାକେଶ ମୋହନ ଜୋଶୀ ନିଜ ମତ ଦର୍ଶାଇଛନ୍ତି କି, ‘‘ଭାରତ ନିଜେ ହିଁ ନିଜର ଏଫଡିଆଇ ନୀତିର ନିର୍ଣ୍ଣୟ ନେଉଛି । ଏହାର ଶିଳ୍ପରୁ ବଞ୍ଚାଇବାକୁ କୌଣସି ନିର୍ଣ୍ଣୟ ଡବ୍ଲୁଟିଓ ନିୟମାବଳୀ ମଧ୍ୟରେ ଆସୁନାହିଁ ।

ପ୍ରକାଶ ଯେ, କୋରୋନା ସଙ୍କଟ ମଧ୍ୟରେ ଦୁର୍ବଳ ପଡିଥିବା କମ୍ପାନୀଙ୍କ ଫାଇଦା ନେଇ କୌଣସି ପଡୋଶୀ ଯେପରି ଏହାକୁ ଅଧିଗ୍ରହଣ ପାଇଁ ଚେଷ୍ଟା ନ କରନ୍ତୁ, ସେଥିପାଇଁ ବିଦେଶୀ ପ୍ରତ୍ୟକ୍ଷ ନିବେଶ ନିୟମରେ ସଂଶୋଧନ କରିଛନ୍ତି ସରକାର । ଏହା ଅନୁଯାୟୀ ଭାରତର ପଡୋଶୀ ଦେଶର କୌଣସି କମ୍ପାନୀ ବା ବ୍ୟକ୍ତି ବିଶେଷ ବିନା ସରକାରୀ ଅନୁମତିରେ ଭାରତରେ ନିବେଶ କରିପାରିବ ନାହିଁ ।

ପିଟିଆଇ

ABOUT THE AUTHOR

...view details