ଓଡିଶା

odisha

ETV Bharat / business

ଟେସଲା ସାଇବରଟ୍ରକର 1.46 ଲକ୍ଷ ଅର୍ଡର ମିଳିଛି: ମସ୍କ - ଟେସ୍ଲା

ବିନା ବିଜ୍ଞାପନରେ ଲଞ୍ଚର କିଛି ଦିନରେ ଟେସଲା ସାଇବରଟ୍ରକର 146k (1.46 ଲକ୍ଷ) ଅର୍ଡର ମିଳିସାରିଲାଣି ।

ଟେସ୍ଲାକୁ ସାଇବରଟ୍ରକର 1.46 ଲକ୍ଷ ଅର୍ଡର ମିଳିଛି: ମସ୍କ

By

Published : Nov 25, 2019, 7:22 PM IST

ହାଇଦ୍ରାବଦ: ଟେସଲାର ଇଲେକ୍ଟ୍ରୋନିକ ସାଇବର ଟ୍ରକକୁ ଭଲ ରେସପନ୍ସ ମିଳିଛି । ଲଞ୍ଚ ସମୟରେ କାଚ ଭାଙ୍ଗିବା ପରେ ବି 1.46 ଲକ୍ଷ ଅର୍ଡର ମିଳିଛି । ଏହି 6 ସିଟ ବିଶିଷ୍ଟ ଇଲେକ୍ଟ୍ରିକ ସାଇବର ଟ୍ରକର ଦାମ 39,900 ଡଲାରରୁ ଆରମ୍ଭ ।

ଟେସଲାର ପ୍ରମୁଖ ଏଲନ ମସ୍କ ଟ୍ବିଟ କରି କହିଛନ୍ତି ଯେ, ‘‘ଏବେ ସୁଦ୍ଧା 146k (1.46 ଲକ୍ଷ) ସାଇବରଟ୍ରକ ଅର୍ଡର ମିଳିସାରିଲାଣି । ଏଥିରେ 42 ପ୍ରତିଶତ ଚୁସିଙ୍ଗ ଡ୍ୟୁଆଲ ରହିଥିବା ବେଳେ ବାକି ସିଙ୍ଗଲ ମୋଟର ରହିଛି ।

କମ୍ପାନୀର ଏହି ଉପଲବ୍ଧି ଅଲଗା ଅଲଗା 3ଟି ଭର୍ସନକୁ ସଙ୍କେତ ଦେଉଛି । ଏଥିମଧ୍ୟରେ ସିଙ୍ଗଲ ମୋଟର ରିୟର ହ୍ବିଲ ଡ୍ରାଇଭ, ଡ୍ୟୁଆଲ ମୋଟର ଅଲ ହ୍ବିଲ-ଡ୍ରାଇଭ ଓ ଟ୍ରାଇ ମୋଟର ଅଲ ହ୍ବିଲ ଡ୍ରାଇଭ ସାମିଲ ଅଛି ।

ଟେସଲାର ସିଇଓ ଆହୁରୀ କହିଛନ୍ତି ଯେ, ବିନା ବିଜ୍ଞାପନ ଓ କିଛି ନ କରି ଏତେ ଅର୍ଡର ଆସିଛି । 250 ମାଇଲ୍ସ, 300 ମାଇଲ୍ସ ଓ 500 ମାଇଲ୍ସର ରେଞ୍ଜରେ ଟ୍ରକର କ୍ରମଶଃ 3ଟି ଭର୍ସନ ରହିଛି ।

ABOUT THE AUTHOR

...view details