ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ପୋଷ୍ଟ ଅଫିସରେ ରହିଛି, ଆଉ ଆପଣ ଏଠାକାର ଯୋଜନାରେ ନିବେଶ କରୁଛନ୍ତି , ତେବେ ଏହି ଖବର ଆପଣଙ୍କ ପାଇଁ ରହିଛି । ନୂଆ ନିୟମ ଅନୁସାରେ ଯଦି ଆପଣ ନିଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ତାହା ଉପରେ କଟିବ ଟିଡିଏସ ।
ଟଙ୍କା ଉଠାଣର ଏହି ନିୟମ ପିପିଏଫ ଠାରୁ ନେଇ ବିଭିନ୍ନ ଜମା ଯୋଜନା ଉପରେ ଲାଗୁ ହୋଇଥାଏ । ଆୟକର ଅଧିନିୟମ 1961 (IT Act 1961) ର ଧାରା 194 N ରେ ଜଡିତ ଏଙି ନିୟମ 2020 ଜୁଲାଇ ପହିଲାରୁ ଲାଗୁ ହୋଇସାରିଛି । ତେବେ ଚାଲନ୍ତୁ ଜାଣିବା ପୋଷ୍ଟ ଅଫିସ ସମ୍ବନ୍ଧୀୟ ନୂଆ ନିୟମ ବିଷୟରେ..
ଯଦି ଆପଣ ITR ଫାଇଲ କରନ୍ତି ନାହିଁ ଏବଂ ଗୋଟିଏ ଆର୍ଥିକ ବର୍ଷରେ 20 ଲକ୍ଷରୁ ଅଧିକ ଓ କୋଟିଏରୁ କମ ଟଙ୍କା ପ୍ରତ୍ୟାହାର କରନ୍ତି ତେବେ ଏଥିରେ 2% TDS କାଟ ହେବ । କିନ୍ତୁ ଯଦି ଆପଣଙ୍କର ପ୍ରତ୍ୟାହାର ପରିମାଣ ଏକ କୋଟିରୁ ଅଧିକ, ତେବେ ଏକ କୋଟିରୁ ଅଧିକ ଟଙ୍କା ପ୍ରତ୍ୟାହାର ଉପରେ 5% TDS କଟାଯିବ ।
ତେବେ ଯଦି ଜଣେ ଗ୍ରାହକ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ତାଙ୍କୁ ଏହି ନିୟମରେ କିଛି ଆରାମ ମିଳିବ । ଏପରି ପରିସ୍ଥିତିରେ, TDS କାଟର ନିୟମ ପରିବର୍ତ୍ତନ ହୁଏ । ଯଦି ଆର୍ଥିକ ବର୍ଷରେ ଟଙ୍କା ପ୍ରତ୍ୟାହାର 1 କୋଟିରୁ ଅଧିକ ହେବ, ତେବେ ଆପଣଙ୍କୁ ଏକ କୋଟିରୁ ଅଧିକ ରାଶି ଉପରେ 2% ଆୟକର ଦେବାକୁ ପଡିବ । ତେବେ ପରିବର୍ତ୍ତନଗୁଡିକ ଏପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଟିଡିଏସ୍ କାଟ ପାଇଁ ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ପୋଷ୍ଟାଲ ଟେକ୍ନୋଲୋଜି (CEPT) ଏଭଳି ଜମାକାରୀଙ୍କ କାରବାରକୁ 1 ଏପ୍ରିଲ୍ 2020 ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ଯାଞ୍ଚ କରିବାକୁ କହିଛି । ଏଥି ସହିତ ଡାକଘର ମଧ୍ୟ ଏହି ନିୟମର ପ୍ରଚାର ପ୍ରସାର ଉପରେ କାର୍ଯ୍ୟ କରୁଛି ।
CEPT ଏହି ଆବଶ୍ୟକୀୟ ସୂଚନାକୁ ସଂପୃକ୍ତ ସର୍କଲର ସିବିଏସ ଏବଂ ସିପିସିକୁ ପଠାଇବ । ତା’ପରେ ଏଭଳି ଆକାଉଣ୍ଟଗୁଡିକର ସବିଶେଷ ତଥ୍ୟ, ଜମାକାରୀଙ୍କ ପାନ ନମ୍ବର ଏବଂ କେତେ TDS କଟାଯିବ CEPT ଦ୍ବାରା ପ୍ରଦାନ କରାଯିବ । ସଂପୃକ୍ତ ସର୍କଲର ସିପିସିର ଇନଚାର୍ଜ ଏହି ସମସ୍ତ ତଥ୍ୟ ସମ୍ବନ୍ଧୀତ ଡାକଘରକୁ ପଠାଇବ । ଫଳେ ଏପରି ଗ୍ରାହକମାନଙ୍କର TDS କୌଣସି ତ୍ରୁଟି ବିନା କଟାଯାଇପାରିବ ।
ସଂପୃକ୍ତ ପୋଷ୍ଟ ଅଫିସ ଜମାକାରୀଙ୍କ TDS କାଟିବା ପରେ ଏହି ରିହାତି ବିଷୟରେ ଆକାଉଣ୍ଟଧାରୀଙ୍କୁ ଲିଖିତ ଆକାରରେ ଜଣାଇବ । ଏଥି ସହିତ, TDS ରାଶି ସହିତ ଜଡିତ ଏହିପରି ଭାଉଚର ଉପରେ ପୋଷ୍ଟ ମାଷ୍ଟରଙ୍କ ଦସ୍ତଖତ କରି HO / SBCO କୁ ପଠାଯିବ ।