ଓଡିଶା

odisha

ETV Bharat / business

TDS ପାଇଁ ଟିକସଦାତାଙ୍କୁ କହିବାକୁ ପଡିବ ଟିକସ ହାରର ବିକଳ୍ପ - TDS ପାଇଁ ପୂର୍ବରୁ ଟିକସଦାତାଙ୍କୁ ଟିକସ ହାରର ବିକଳ୍ପ କହିବାକୁ ପଡିବ

ଜଣେ ବ୍ୟକ୍ତି ଟାକ୍ସ ରିଟର୍ଣ୍ଣ କରିବା ସମୟରେ ଟିକସ ହାର ବାଛିବାର ଅଧିକାର ପାଇବେ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପ୍ରକାଶ କରିଛି । କିନ୍ତୁ ବ୍ୟକ୍ତି କଣ ପାଇଁ ଟିକସ ହାର ହ୍ରାସ କରିବେ ତାହା ତାଙ୍କ ନିଯୁକ୍ତିଦାତା ପ୍ରକାଶ କରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ...

Taxpayer to tell option of lower rate earlier for TDS calculation
TDS ପାଇଁ ପୂର୍ବରୁ ଟିକସଦାତାଙ୍କୁ ଟିକସ ହାରର ବିକଳ୍ପ କହିବାକୁ ପଡିବ

By

Published : Apr 14, 2020, 7:40 PM IST

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଟାକ୍ସ ରିଟର୍ଣ୍ଣ କରିବା ସମୟରେ ଟିକସ ହାର ବାଛିବାର ଅଧିକାର ପାଇବେ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପ୍ରକାଶ କରିଛି । କିନ୍ତୁ ବ୍ୟକ୍ତି କଣ ପାଇଁ ଟିକସ ହାର ହ୍ରାସ କରିବେ ତାହା ତାଙ୍କ ନିଯୁକ୍ତିଦାତା ପ୍ରକାଶ କରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଫାଇନାନ୍ସ ଆକ୍ଟ 2020-21ରେ ପ୍ରବର୍ତ୍ତିତ ନୂତନ ନିର୍ଦ୍ଦେଶାନାମା 115 BAC ଉପରେ ଏକ ସ୍ପଷ୍ଟୀକରଣ ଦେଇ ସିବିଡିଟି କହିଛି, ବ୍ୟବସାୟ ବା ପ୍ରଫେସନରେ କର୍ମଚାରୀଙ୍କର ଲାଭ ବ୍ୟତୀତ କମ ଆୟ ହାରରେ ଯିବାକୁ ଚାହୁଁଛନ୍ତି କି ନାହିଁ ଘୋଷଣା କରିପାରିବେ। ଏହା ସହ ଚଳିତ ବର୍ଷର ବଜେଟରେ ଟିଡିଏସକୁ ହ୍ରାସ କରିପାରିବ ବୋଲି ଉଲ୍ଲେଖ ରହିଛି ।

ଯଦି ଏପରି ବିକଳ୍ପ ଜଣେ କର୍ମଚାରୀଙ୍କ ଦ୍ବାରା ପ୍ରୟୋଗ କରାଯାଏ ନାହିଁ, ତେବେ ସେ ଆଇଟି ଆକ୍ଟ ଜରିଆରେ ତାଙ୍କର ପୁରୁଣା ସ୍ଲାବରେ ଟ୍ୟାକ୍ସ ଜାରି ରଖିବେ | କିନ୍ତୁ ଟିକସ ବିଭାଗ ଟିକସଦାତାଙ୍କୁ ରିଟର୍ଣ୍ଣ ଦାଖଲ ସମୟରେ ପସନ୍ଦିତ ଟିକସ ବ୍ୟବସ୍ଥା ଚୟନ କରିବାକୁ ଅନୁମତି ଦେଇ ନମନୀୟତା ପ୍ରଦାନ କରିଛନ୍ତି । ପୂର୍ବରୁ କରାଯାଇଥିବା ବିକଳ୍ପ କେବଳ ଟିଡିଏସର ଉଦ୍ଦେଶ୍ୟ ପାଇଁ ହୋଇପାରେ ବୋଲି ଏଥିରେ କୁହାଯାଇଛି । ରିଟର୍ଣ୍ଣ ଦାଖଲ ସମୟରେ ଏହିପରି ବିକଳ୍ପ ପ୍ରତ୍ୟେକ ବର୍ଷରେ ଜଣେ ବ୍ୟକ୍ତିଙ୍କ ଦ୍ବାରା ଗ୍ରହଣ କରାଯାଇପାରିବ | କିନ୍ତୁ ବ୍ୟବସାୟ କିମ୍ବା ବୃତ୍ତିଗତ ଆୟ ଥିବା ବ୍ୟକ୍ତିଙ୍କ ପାଇଁ, କମ ଟ୍ୟାକ୍ସର ବିକଳ୍ପକୁ ଥରେ ନିର୍ଦ୍ଦିଷ୍ଟ କରିବାକୁ ପଡିବ ଏବଂ ପରବର୍ତ୍ତୀ ସମୟରେ ଏହା ଗ୍ରହଣଯୋଗ୍ୟ ହେବ |

2020-21 ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିହାତି ପାଇବାକୁ ଇଚ୍ଛା କରୁଥିବା ଟିକସଦାତାଙ୍କୁ ଟିକସ ହାର କମ ଦେବାକୁ ବିକଳ୍ପ ଦେଇଛନ୍ତି। ଏହି କମ ହାର ଅନୁସାରେ ଆୟକର ହାର 10 ପ୍ରତିଶତରୁ 25 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭିନ୍ନ ଆୟ ସ୍ଲାବ ସ୍ଥିର କରାଯାଇଥିଲା। ଏହି ବିକଳ୍ପ ଦେବାବେଳେ, ସେ ପୁରୁଣା ଟ୍ୟାକ୍ସ ସ୍ଲାବ ହାରକୁ 5 ରୁ 30 ପ୍ରତିଶତ ପର୍ଯ୍ୟନ୍ତ ରଖିଥିଲେ ଯାହାକି ଅଧିକ ଆୟ ବ୍ରାକେଟରେ ସରଚାର୍ଜ ସହିତ ରହିଛି ​​| ଏହି ବ୍ୟବସ୍ଥାରେ ଟିକସଦାତା ଛାଡ ଗୁଡିକର ଲାଭ ପାଇଥାନ୍ତି ।

@IANS

ABOUT THE AUTHOR

...view details