ଓଡିଶା

odisha

ETV Bharat / business

ଷ୍ଟାର୍ଟଅପକୁ ପ୍ରୋତ୍ସାହନ, 25 କୋଟି ନିବେଶ ଉପରେ କର ଛାଡ

ଷ୍ଟାର୍ଟଅପ କମ୍ପାନୀଗୁଡିକୁ ସରକାରଙ୍କ ନିର୍ବାଚନା ଭେଟି । 25 କୋଟି ନିବେଶ ଉପରେ ଦେବାକୁ ପଡିବନି ଟ୍ୟାକ୍ସ ।

ପ୍ରତିକାତ୍ମକ ଫଟୋ

By

Published : Feb 21, 2019, 12:02 PM IST

ନୂଆଦିଲ୍ଲୀ: ଷ୍ଟାର୍ଟଅପ କମ୍ପାନୀଗୁଡିକୁ ସରକାରଙ୍କ ନିର୍ବାଚନା ଭେଟି । 25 କୋଟି ନିବେଶ ଉପରେ ଦେବାକୁ ପଡିବନି ଟ୍ୟାକ୍ସ । ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ନେଇ ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏଣିକି 25 କୋଟି ପର୍ଯ୍ୟନ୍ତ ଷ୍ଟାର୍ଟଅପ ଉପରେ ଆୟକର ଛାଡ ହେବ । ପୂର୍ବରୁ ଏହି ସୀମା 10 କୋଟି ମଧ୍ୟରେ ସୀମିତ ରହିଥିଲା । ଏହି ନିବେଶ ମଧ୍ୟ ଏଞ୍ଜଲ ନିବେଶକଙ୍କ ଦ୍ବାରା ନିବେଶ ହୋଇଥିବା ଟଙ୍କା ମଧ୍ୟ ସାମିଲ ରହିଛି ।

ଆୟକର ଅଧିନିୟମ ଧାରା 56(2) ସାତ ବି ଅନୁଯାୟୀ ଷ୍ଟାର୍ଟଅପ କମ୍ପାନୀଙ୍କ ପାଇଁ କର ଛାଡ ପ୍ରକ୍ରିୟାକୁ ସରଳ କରିବାରୁ ଶୀଘ୍ର ଅଧିସୂଚନା ଜାରି ହେବ । ଏଥିଲାଗି ଷ୍ଟାର୍ଟଅପ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ କରାଯିବ । ଏହି ନୂଆ ନିୟମ ମୁତାବକ, ଏଣିକି ଯେଉଁ ଉଦ୍ୟୋଗଗୁଡିକ ପଞ୍ଜିକରଣ ଓ ସ୍ଥାପନା ପରେ 10 ବର୍ଷ ପର୍ଯ୍ୟନ୍ତ ପରିଚାଳନା ହେଉଥିବ ସେ ସବୁ ଷ୍ଟାର୍ଟଅପ ଅନ୍ତର୍ଭୁକ୍ତ ରହିବ । ପୂର୍ବରୁ ଏହି ଅବଧି 7 ବର୍ଷ ରହିଥିଲା ।

ABOUT THE AUTHOR

...view details