ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । 3 ମାସ ଭିତରେ ଦୂରସଞ୍ଚାର ବିଭାଗର ବକେୟା 92 ହଜାର କୋଟି ଟଙ୍କା ଭରିବାକୁ ହେବ । ସର୍ବୋଚ୍ଚ କୋର୍ଟଙ୍କ ଏହି ଆଦେଶରେ ଭୋଡାଫୋନ , ଆଇଡିଆ ଓ ଏୟାରଟେଲ ଭଳି କମ୍ପାନୀଙ୍କୁ ଶକ୍ତ ଝଟକା ଲାଗିଛି ।
ଭୋଡାଫୋନ ଓ ଆଇଡିଆ 39 ହଜାର କୋଟି ଦେବାକୁ ଥିବା ବେଳେ ଏୟାରଟେଲ ଉପରେ ଲାଇସେନ୍ସ ଫି ଓ ସ୍ପେକ୍ଟ୍ରମ ୟୁଜର୍ସ ଚାର୍ଜ (SUC) ଲାଗି 41 ହଜାର କୋଟି ଟଙ୍କା ବାକି ରହିଛି । ତେବେ ବାକି ସୁଝିବାକୁ ନେଇ ଦିଆଯାଇଥିବା ଡେଡଲାଇନ ଉପରେ କିଛି ମଧ୍ୟ ନ କହିବାକୁ କିମ୍ବା ସଫେଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ରୋକଠୋକ ମନା କରିଦେଇଛନ୍ତି ।