ଓଡିଶା

odisha

ETV Bharat / business

ଏନଡିଏ ଉପରେ ନିବେଶକଙ୍କ ଭରସା, 5 ବର୍ଷରେ ମିଳିଛି 5500% ରିଟର୍ଣ୍ଣ

ବିଜେପି ଉପରେ ନିବେଶକଙ୍କ ଭରଷା । ଏନଡିଏ ସରକାର ଗଢିବ ଖବରରେ ମାଲାମାଲ ବଜାର । ଲଗାତାର ଜାରି ରହିଛି ପ୍ରଫିଟ । 2014 ମେ 28ରେ ସେନସେକ୍ସ 24,556 ରହିଥିବା ବେଳେ 2019 ମେ 20ରେ 39352ରେ କାରବାର ବନ୍ଦ ହୋଇଛି ।

By

Published : May 21, 2019, 3:04 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଉ 2 ଦିନ ପରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ଏ ନେଇ ସମସ୍ତ ସର୍ବେକ୍ଷଣ ସଂସ୍ଥା ଓ ମିଡିଆ ପକ୍ଷରୁ ସରିଛି ଆକଳନ । ପୁଣି ଥରେ ଏନଡିଏ କ୍ଷମତାସୀନ ହେବେ ବୋଲି ଏକଜିଟ ପୋଲ ଦେଇଛି ରିପୋର୍ଟ । ଏହି ଖବରରେ ସୁଦୃଢ ସେୟାର ବଜାର । କେଇ ସେକେଣ୍ଡରେ ମୋଟା ଅଙ୍କ ପ୍ରଫିଟ ସହ ନିବେଶକଙ୍କ ପକେଟ ଗରମ । ତେବେ ମୋଦିଙ୍କ ଗତ କାର୍ଯ୍ୟାଳୟ ଅର୍ଥାତ ବିଗତ 5 ବର୍ଷରେ 2ରୁ 56 ଗୁଣା ଲାଭ କରିଛନ୍ତି ନିବେଶକ । ଏପରିକି ମାତ୍ର 10 ହଜାର ଟଙ୍କା ଲଗାଇ ବହୁତ ଜଣ 5.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଛନ୍ତି ।

ବିଗତ 5 ବର୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 15ଟି ସେୟାରର ଷ୍ଟକ ଲଗାତାର ବୃଦ୍ଧି ସହ କାରବାର କରିଛି । ଯେଉଁଥିରୁ ନିବେଶକଙ୍କୁ 1700ରୁ 5500 ପ୍ରତିଶତ ରିଟର୍ଣ୍ଣ ମଧ୍ଯ ମିଳିଛି । ରିପୋର୍ଟ ମୁତାବକ, 5 ବର୍ଷରେ ସେନସେକ୍ସ ପାଖାପାଖି 60 ପ୍ରତିଶତ ରିଟର୍ଣ୍ଣ ଦେଇଛି । 2014 ମେ 28ରେ ସେନସେକ୍ସ 24556 ରହିଥିଲା । ଯାହାକି 2019 ମେ 20ରେ କାରବାର 39352ରେ ବନ୍ଦ ହୋଇଛି ।

ଟ୍ରେଡର୍ସଙ୍କ ଆଶା ରହିଛି କି , ବିଜେପି ସରକାର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବ । ବିଭିନ୍ନ ଉନ୍ନୟନମୂଳକ ଯୋଜନା ଜରିଆରେ ଅର୍ଥନୀତିକୁ ସୁଦୃଢ କରିବ । ଏଥିଯୋଗୁଁ ଏନଡିଏଙ୍କ ଆଗମନ ରିପୋର୍ଟରେ ସେୟାର ଦ୍ରୁତ ବେଗରେ ବଢିଚାଲିଛି ।

ABOUT THE AUTHOR

...view details