ନୂଆଦିଲ୍ଲୀ: ବନ୍ଧୁବାନ୍ଧବଙ୍କୁ ଋଣ ବାଣ୍ଟିବା ବନ୍ଦ କରନ୍ତୁ ବ୍ୟାଙ୍କ ତଥା ଆର୍ଥିକ ସଂସ୍ଥାନ । ମୁଖ୍ୟ ଆର୍ଥିକ ଉପଦେଷ୍ଟା (ସିଇଓ) କେ ଭି ସୁବ୍ରମଣ୍ୟମ ମଙ୍ଗଳବାର ଏ ନେଇ ଦେଇଛନ୍ତି ପରାମର୍ଶ ।
ଆର୍ଥିକ ସଂସ୍ଥାନ ଋଣ ଦେବା ବେଳେ ଉଚ୍ଚ ଗୁଣବତ୍ତା ମାନଦଣ୍ଡ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଦେଶକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା କରିବା ଲକ୍ଷ୍ୟରେ ସହଯୋଗ ମିଳିପାରିବ । ସେ ଜଣାଇଛନ୍ତି କି, 1990ର ଆରମ୍ଭରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଦୁର୍ବଳ ଗୁଣବତ୍ତା ଋଣ ପ୍ରଦାନ ସମସ୍ୟା ସହ ଜୁଝିବାକୁ ପଡିଛି । ବିଶେଷ କରି ବିନା କୌଣସି ଗୁଣବତ୍ତା ମାନଦଣ୍ଡ ପାଳନ କରି ମୋଟା ଅଙ୍କର ଋଣ ଦିଆଯାଉଛି । ଆଉ ଏହି ଋଣକୁ ପୁଞ୍ଜିବାଦୀ ମିତ୍ରକୁ ଦିଆଯାଇଛି । ଯାହା ଦ୍ବରା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସମସ୍ୟା ବଢିଯାଇଛି ।
ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ ଫିକ୍କି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି କି, ‘‘ କୌଣସି ଆର୍ଥିକ ସଂସ୍ଥାନ ବିଶେଷତଃ ଖାସ ବ୍ୟକ୍ତିଙ୍କୁ ଋଣ ଦେବାକୁ ନିଷ୍ପତ୍ତି ନେଇଥାଏ , ଯଦିଓ ସେ ଋଣ ନେବା ଯୋଗ୍ୟ ହୋଇନଥାଏ) । କିନ୍ତୁ ସେ ଅଧିକ ନିକଟତର କିମ୍ବା ଘନିଷ୍ଠ ହୋଇଥାଏ । ଫଳରେ ଏହି ପୁଞ୍ଜି ଅଧିକ ଯୋଗ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ନିକଟକୁ ଯାଏ ନାହିଁ, ଯାହାର ମୂଲ୍ୟ ବହନ କରିବାକୁ ପଡିଥାଏ । ”