ନୂଆଦିଲ୍ଲୀ: ଗ୍ରାହକଙ୍କୁ ଜିଏସଟି ହ୍ରାସର ପ୍ରଫିଟ ଦେଉନି ବିଶ୍ବର ନାମୀଦାମୀ ପ୍ରସିଦ୍ଧ ପ୍ରସିଦ୍ଧ ଫୁଡଚେନ କମ୍ପାନୀ ଷ୍ଟାରବକ୍ସ । ଏହି ମାମଲାରେ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛି ନ୍ୟାସନାଲ ଆଣ୍ଟି ପ୍ରୋଫିଟିୟାରିଙ୍ଗ ଅଥୋରିଟି(ଏନଏଏ) ।
ଆଣ୍ଟି ପ୍ରୋଫିଟିୟାରିଙ୍ଗର ମହାନିର୍ଦ୍ଦେଶକ (ଡିଜିଏପି) ଦ୍ବାରା ଯାଞ୍ଚରୁ ଜଣାପଡିଛି ଯେ, 2017 ନଭେମ୍ବର 15ରେ ଏହା ସହ ଜଡିତ ଜିଏସଟି ହାରକୁ 18 ପ୍ରତିଶତରୁ ଖସାଇ 5 ପ୍ରତିଶତ କରିଦିଆଯାଇଥିଲା । ଯାହାର ଲାଭ ଗ୍ରାହକକୁ ନ ଦେଇ କମ୍ପାନୀ ମୋଟ 1.04 କୋଟି ଟଙ୍କାର ପ୍ରଫିଟ କମେଇଛି । ଏହି ଟଙ୍କା 2017 ନଭେମ୍ବର 15 ରୁ 2018 ଜୁନ 30 ମଧ୍ୟରେ ରଖାଯାଇଛି ।
ଏନଏଏ କମ୍ପାନୀକୁ ଗ୍ରାହକଙ୍କୁ କର ହ୍ରାସର ଲାଭକୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛି ।