ଓଡିଶା

odisha

ETV Bharat / business

କିଣିବାକୁ ପ୍ରସ୍ତୁତ ରୁହନ୍ତୁ, ସୋମବାରରୁ ସରକାର ବିକିବେ ସୁନା

2019-20 ଆର୍ଥିକ ବର୍ଷର ଗୋଲ୍ଡ ବଣ୍ଡ ଚତୁର୍ଥ ସିରିଜ ସେପ୍ଟମ୍ବର 9ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗ୍ରାମ ପିଛା ସୁନାର ମୂଲ୍ୟ 3890 ରହିଛି ।

ପ୍ରତିକାତ୍ମକ ଫଟୋ

By

Published : Sep 7, 2019, 6:33 PM IST

ନୂଆଦିଲ୍ଲୀ: ଗହଣା ପ୍ରେମୀ ସୁନାରେ ନିବେଶ ପାଇଁ ଆଗ୍ରହ ଥିଲେ ଜଲଦି କରନ୍ତୁ । 2019-20 ଆର୍ଥିକ ବର୍ଷର ଗୋଲ୍ଡ ବଣ୍ଡ ଚତୁର୍ଥ ସିରିଜ ସେପ୍ଟମ୍ବର 9ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗ୍ରାମ ପିଛା ସୁନାର ମୂଲ୍ୟ 3890 ଟଙ୍କା ରହିଛି । ଗ୍ରାହକ ଏହାକୁ ଅନଲାଇନ ଏବଂ ଡିଜିଟାଲ ଟ୍ରାଞ୍ଜାକସନ ମାଧ୍ୟମରେ କିଣିପାରିବେ। ତେବେ ଅନଲାଇନରେ କିଣୁଥିବା ଗ୍ରାହକଙ୍କୁ ପ୍ରତି ଗ୍ରାମ ପିଛା 50 ଟଙ୍କା ରିହାତି ମିଳିବ ।

ଆଜିକା ସମୟରେ ନିବେଶର ଶ୍ରେଷ୍ଠ ଓ ସହଜ ସ୍ପିମ କେନ୍ଦ୍ର ସରକାରଙ୍କ ସୋଭରେନ ବଣ୍ଡ((Sovereign Gold Bond) । ସୁନା କିଣି ଘରେ ରଖିବାଠାରୁ ଭଲ ଗୋଲ୍ଡ ବଣ୍ଡ କିଣି ସବୁ କ୍ଷେତ୍ରରେ ବ୍ୟବହାର କରିବା । ବଡ କଥା ଏଥିରେ ନିବେଶ ଉପରେ ଆପଣଙ୍କୁ ସୁଧ ମଧ୍ୟ ମିଳିବ । ବଜାର ଦର ତୁଳନାରେ ଏହା କମ ମଧ୍ୟ । ଏହାର ଚତୁର୍ଥ ସିରିଜ ସେପ୍ଟମ୍ବର 9ରୁ 13 ପର୍ଯ୍ୟନ୍ତ ଏହି ଚାଲୁରହିବ।

ସୁନାର ଚାହିଦା ବୃଦ୍ଧି ଯୋଗୁଁ ଦାମ ମଧ୍ୟ ଲଗାତାର ବଢୁଛି । ଏଥିସହ ଘରୋଇ ସଞ୍ଚୟ ମଧ୍ୟ ହ୍ରାସ ପାଉଛି । ଏଥିଯୋଗୁଁ ସରକାର 2015ରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହି ବଣ୍ଡ ମାଧ୍ୟମରେ ଋଣ ମଧ୍ୟ ନେଇହେବ । ଏଥିସହ ସୁରକ୍ଷା ପାଇଁ ବ୍ୟାଙ୍କରେ ସୁନା ରଖିବା ଝିନଝଟରୁ ମଧ୍ୟ ମୁକ୍ତି ମିଳିବ। ଜଣେ ବ୍ୟକ୍ତି ବର୍ଷକୁ ସର୍ବାଧିକ 500 ଗ୍ରାମ ପର୍ଯ୍ୟନ୍ତ ସୁନା ବଣ୍ଡ କିଣିପାରିବେ।

ଏହି ବଣ୍ଡକୁ ବ୍ୟାଙ୍କ ,ଷ୍ଟକ ହୋଲଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ, ଡ଼ାକଘର ଏବଂ ଏନଏସଇ, ବିଏସିଇ ଜରିଆରେ କିଣିପାରିବେ ଓ ବିକ୍ରି କରିପାରିବେ। ବିଦେଶରୁ ସୁନା ଆମଦାନୀ ପରିମାଣ ହ୍ରାସ ପାଇବ । ଫଳରେ ଦାମ କମିବ ଓ ଗ୍ରାହକ ଉପକୃତ ହେବେ।

ABOUT THE AUTHOR

...view details