ଓଡିଶା

odisha

ETV Bharat / business

‘ସୋମବାର ଯାଏଁ ଅପେକ୍ଷା କର, ଦେଖିବ ବଜେଟ ପ୍ରଭାବ’ - ବଜେଟ ପ୍ରଭାବ

ବଜେଟ ଉପସ୍ଥାପନ ପରେ କର୍ପୋରେଟ ଜଗତରେ ବଜେଟର ଏତେଟା ଉତ୍ସାହ ପରିଲକ୍ଷିତ ହୋଇନଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, କର୍ପୋରେଟ ସେକ୍ଟର ଉପରେ ବଜେଟ ଘୋଷଣାର ବାସ୍ତବିକ ପ୍ରଭାବ ଦେଖିବାକୁ ହେଲେ ଆମକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Sitharaman says wait till Monday to see full impact of Budget
‘ସୋମବାର ପର୍ଯ୍ୟନ୍ତ ଅପେକ୍ଷା କର , ଦେଖିବ ବଜେଟ ପ୍ରଭାବ’

By

Published : Feb 1, 2020, 8:55 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା । ଏହି ବଜେଟକୁ ସେ ସକରାତ୍ମକ ଦର୍ଶାଇଛନ୍ତି ।

କର୍ପୋରେଟରେ ବଜେଟର ଏତେଟା ଉତ୍ସାହଜନକ ପ୍ରଭାବ ହୋଇନାହିଁ ପଚାରିବାରୁ ଅର୍ଥମନ୍ତ୍ରୀ କହିଛନ୍ତି , ‘‘କର୍ପୋରେଟ ସେକ୍ଟର ଉପରେ ବଜେଟ ଘୋଷଣାର ବାସ୍ତବିକ ପ୍ରଭାବ ଦେଖିବାକୁ ହେଲେ ଆମକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।’’

ଶନିବାର ଅଣ କାର୍ଯ୍ୟଦିବସ ହେବା ପରେ ବି ସେୟାର ବଜାର ଖୋଲାଯାଇଥିଲା । ହେଲେ ବଜେଟ ଭାଷଣର କେଇ କ୍ଷଣ ପରଠୁ ଖସିଥିଲା ସେୟାର ସୂଚକାଙ୍କ । ବଜାର ବନ୍ଦ ସୁଦ୍ଧା ସେନସେକ୍ସ 40 ହଜାର ତଳକୁ ହ୍ରାସ ପାଇଥିଲା ବେଳେ ନିଫ୍ଟି 300 ପଏଣ୍ଟ କମିଛି । ଆୟକର ଟିକସ ସ୍ଲାବ ଖସିବା ପରେ ବି ବଜାରରେ ଏଭଳି ହ୍ରାସ ଦେଖାଦେଇଛି ।

ପ୍ରସ୍ତାବିତ କର ବ୍ୟବସ୍ଥା ଯୋଗୁଁ ଉପଭୋକ୍ତାଙ୍କ ହାତରେ ଅଧିକ ଟଙ୍କା ଆସିବା ଆଶା ରହିଛି । ଯେଉଁଥିରେ ଉପଭୋଗ ଚାହିଦାକୁ ପ୍ରୋତ୍ସାହନ ମିଳିପାରିବ । ପ୍ରକାଶ ଯେ, ଜିଡିପି ଖସିବାର ମୁଖ୍ୟ କାରଣ ଉପଭୋକ୍ତା ଚାହିଦା ହ୍ରାସ ବୋଲି କୁହାଯାଇଛି ।

ଅନ୍ୟ ସକରାତ୍ମକ ତଥ୍ୟ ମଧ୍ୟରେ ଅର୍ଥମନ୍ତ୍ରୀ ଆସନ୍ତା ବର୍ଷ ପାଇଁ ଜିଡିପି ଅନୁମାନ 10 ପ୍ରତିଶତ ରଖିଛନ୍ତି । ସେପଟେ ରାଜକୋଷୀୟ ଘାଟା ଲକ୍ଷ୍ୟକୁ ବୃଦ୍ଧି କରି ମୋଟ ଘରୋଇ ଉତ୍ପାଦର 3.8 ପ୍ରତିଶତ କରାଯାଇଛି । ପୂର୍ବରୁ ଏହା 3.3. ପ୍ରତିଶତ ରହିଥିଲା । ଆର୍ଥିକ ବର୍ଷ 2020-21 ପାଇଁ ବଜେଟ ଅନୁମାନ 3.5 ପ୍ରତିଶତ ରଖାଯାଇଥିଲା ।

ସେହିପରି ସରକାର କର୍ପୋରେଟ ବଣ୍ଡ ଉପରେ ଏଫପିଆଇରେ ନିବେଶ ସୀମାକୁ ବଢାଇ 15 ପ୍ରତିଶତ କରିଛନ୍ତି । ବର୍ତ୍ତମାନ ଏହା 9 ପ୍ରତିଶତ ରହିଛି । ଏହି ପଦକ୍ଷେପ ନିଶ୍ଚିତ ବଣ୍ଡ ମାର୍କେଟକୁ ମଜବୁତ କରିବ ବୋଲି ସୀତାରମଣ କହିଛନ୍ତି ।

ABOUT THE AUTHOR

...view details