ଓଡିଶା

odisha

ETV Bharat / business

ଆରମ୍ଭ ହେଲା ‘ଫେସବୁକ ପେ’, ଜାଣନ୍ତୁ କିପରି କରିବେ ପେମେଣ୍ଟ ?

ସୋସିଆଲ ନେଟୱର୍କିଂ ସାଇଟ ଫେସବୁକ ଲଞ୍ଚ କଲା ନିଜର ପେମେଣ୍ଟ ପ୍ଲାର୍ଟଫର୍ମ ‘ଫେସବୁକ ପେ’ । ଏବେ ଫେସବୁକ ଓ ମେସେଞ୍ଜରରେ ଚାର୍ଟିଂ ସହ କରନ୍ତୁ ପେମେଣ୍ଟ ।

By

Published : Nov 14, 2019, 6:23 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଡିଜିଟାଲ ଟ୍ରାଞ୍ଜାକ୍ସନ ବୃଦ୍ଧିକୁ ଦେଖି ଫେସବୁକ ବି ଲଞ୍ଚ କରିଛି ନିଜସ୍ବ ଇ-ବାଲାନ୍ସ ‘ଫେସବୁକ ପେ’ । ପ୍ରଥମେ ଏହି ସେବା କେବଳ ଫେସବୁକ ଓ ମେସେଞ୍ଜରରେ ମିଳିବ । ପରେ ଏହାକୁ ହ୍ବାଟସଆପ ଓ ଇଷ୍ଟ୍ରାଗାମରେ ଉପଲବ୍ଧ କରାଯିବ ।

ତେବେ ବର୍ତ୍ତମାନ ଏହାକୁ ଆମେରିକାରେ ଆରମ୍ଭ କରାଯାଇଛି । ଏହା ଜରିଆରେ ପାଣ୍ଠି ସଂଗ୍ରହ, ଇନ-ଗେମ ଟ୍ରାଞ୍ଜାକ୍ସନ , ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଟିକେଟ ବୁକ, ମେସେଞ୍ଜରରେ ପର୍ସନ ଟୁ ପର୍ସନ ପେମେଣ୍ଟ ଏହଂ ଫେସବୁକ ମାର୍କେଟପ୍ଲସରେ କିଣାବିକା ଆଦି କରାଯିବ ।


ପ୍ରକାଶ ଯେ, ବର୍ଷ ଶେଷ ସୁଦ୍ଧା ହ୍ବାଟସଆପ ମଧ୍ୟ ଏଭଳି ସାମନ ଧରଣର ପେମେଣ୍ଟ ସର୍ବିସ ଦେବାକୁ ଲକ୍ଷ୍ୟ ରଖିଛି ।

କିପରି ବ୍ୟବହାର କରିବେ ଏହି ଆପ ?

  • ତେବେ ଏହି ଆପକୁ ବ୍ୟବହାର କରିବା ପାଇଁ ଆପଣ ପ୍ରଥମେ ୟୁଜର ସେଟିଙ୍ଗ ସିଲେକ୍ଟ କରିବେ ।
  • ଏହା ପରେ ଫେସବୁକ ପେ ଅପ୍ସନକୁ ଚୟନ କରିବେ ।
  • ଏକ ପେମଣ୍ଟ ମେଥଡକୁ ବାଛିବେ ।
  • ପରେ ଆପଣ ପେମଣ୍ଟ ପାଇଁ ଫେସବୁକ ପେ କୁ ବ୍ୟବହାର କରିପାରିବେ । ପ୍ରାୟତଃ ଡେବିଟ ଓ କ୍ରେଡିଟ କାର୍ଡ ସବୁ ‘ଫେସବୁକ ପେ’ରେ ବ୍ୟବହାରଯୋଗ୍ୟ । ତେବେ ପେମେଣ୍ଟ ବେଳେ ୟୁଜରଙ୍କୁ ଏକ ପିନ ଦେବାକୁ ପଡିବ ଅଥବା ଅଥେଣ୍ଟିଫିକେସନ ପାଇଁ ସେମାନଙ୍କ ଡିଭାଇସର ବାୟୋମେଟ୍ରିକ୍ସ ଗଣନୀୟ ହେବ । ହଁ ସୁରକ୍ଷା ପାଇଁ ଚିନ୍ତା କରନ୍ତୁ ନାହଁ । ଏଥିପାଇଁ ସମସ୍ତ ପ୍ରକାର ଅତିରିକ୍ତ ବ୍ୟବସ୍ଥା ରହିଛି । ଏଥିରେ ଆଣ୍ଟି-ଫ୍ରଡ ମନିଟରିଂ ସିଷ୍ଟମ ରହିଛି , ଯାହା ଅପ୍ରାଧିକୃତ ଟ୍ରାଞ୍ଜାକ୍ସନକୁ ଚିହ୍ନଟ କରିବ ।

ABOUT THE AUTHOR

...view details